ଭୁବନେଶ୍ବର : ଭୁବନେଶ୍ବରରେ ଆସନ୍ତା ଏପ୍ରିଲ ୧ ତାରିଖ ଦିନ ଏକ ଲକ୍ଷ ଗ୍ରୀନ୍ ଆର୍ମିମାନଙ୍କର ସମାବେଶ କରାଯିବା ସହ ଜୁଲାଇ ୧ ତାରିଖ ଦିନ ୧ କୋଟି ବୃକ୍ଷରୋପକ୍ଷଣ କରାଯିବ। ଏହି ଅଭିଯାନକୁ ସଫଳ କରିବା ପାଇଁ ପ୍ରେରଣା ଗ୍ରୀନ୍ ଆର୍ମିର କମାଣ୍ଡର ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମ୍ବାଦ କାର୍ଯ୍ୟାଳୟରେ ସାକ୍ଷାତ କରି ସହଯୋଗ ଓ ସମର୍ଥନ ପ୍ରଦାନ ପାଇଁ ନିବେଦନ କରିଥିଲେ। ଏହି ଅବସରରେ ଡକ୍ଟର ଶ୍ରୀଚନ୍ଦନ ‘ଲକ୍ଷେ ଆର୍ମି, କୋଟିଏ ଗଛ’ ଅଭିଯାନ ଉପରେ ଆଧାରିତ ଏକ ସ୍ମୃତି ଫଳକ ଶ୍ରୀ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ। ଏହି ଅଭିଯାନ ପ୍ରତି ସମର୍ଥନ ଦେବାକୁ ବିଭିନ୍ନ ସାମାଜିକ ଅନୁଷ୍ଠାନ, ଜଂଗଲ ସୁରକ୍ଷା କମିଟି, ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର, ଏଜ୍ମା, ଫିକି, ଚାମ୍ପର୍ସ ଅଫ୍ କମର୍ସ, ଏନ୍ଏସ୍ଏସ୍, ଏନସିସି, ୱାଇଆରସି, ସ୍କାଉଟ୍ ଗାଇଡ୍, ରୋଭର, ରେଂଜର, ଏକ୍ସ ଏନଏସ୍ଏସ୍ ଫ୍ୟାମିଲି, ଓଷ୍ଟା ତଥା ୪୮୮, ୬୬୩ ଓ ବିଭିନ୍ନ ଶିକ୍ଷକ ମହାସଂଘ, ସମସ୍ତ ରାଜନୈତିକ ଦଳ, ଟ୍ରେଡ୍ ୟୁନିୟନ୍, କ୍ଲବ, ମନ୍ଦିର, ମସଜିଦ୍, ଗୀର୍ଜା, ଗୁରୁଦ୍ବାର, ପୂଜା କମିଟି, ଲେଖକ, କଳାକାର, ସାମ୍ବାଦିକ, ଆଇନଜୀବୀ ସଂଗଠନକୁ ନିବେଦନ କରାଯିବ ବୋଲି ଡକ୍ଟର ଶ୍ରୀଚନ୍ଦନ କହିଛନ୍ତି। ଏ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ଦିବ୍ୟନାରାୟଣ ସ୍ବାଇଁ (ମୋ-୯୩୪୮୫୪୬୧୫୧), ଦୀପକ ସାହୁ (ମୋ-୭୦୦୮୨୯୦୩୨୬), ରଂଗନାଥ ସାହୁ (ମୋ-୭୯୭୮୭୮୦୧୯୭) ସହ ଯୋଗାଯୋଗ କରିବାକୁ ଡକ୍ଟର ଶ୍ରୀଚନ୍ଦନ କହିଛନ୍ତି।
‘ଲକ୍ଷେ ଆର୍ମି, କୋଟିଏ ଗଛ’ ଅଭିଯାନ ପ୍ରତି ସମର୍ଥନ ପାଇଁ ନିବେଦନ
/sambad/media/post_attachments/wp-content/uploads/2020/02/green-army.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)