ଆତ୍ମସମର୍ପଣ ପରେ ଜାମିନ୍‌ରେ ଗଲେ ଗ୍ରିନ୍‌ ଇଣ୍ଡିଆ ମୁଖ୍ୟ ପ୍ରଦୀପ

ବ୍ରହ୍ମପୁର : ଚିଟ୍‌ଫଣ୍ଡ୍‌ ସଂସ୍ଥା ଗ୍ରିନ୍‌ ଇଣ୍ଡିଆର ମୁଖ୍ୟ ପ୍ରଦୀପ ସିଂ ଆଜି ଏକ ମାମଲାରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ମାନ୍ୟବର ହାଇକୋର୍ଟରୁ ସେ ଆଗୁଆ ଜାମିନ୍‌ ଆଣିଥିବା ନେଇ କାଗଜପତ୍ର କୋର୍ଟରେ ଦାଖଲ କରିଥିଲେ। ଏହାପରେ ତାଙ୍କୁ କୋର୍ଟ ଜାମିନ୍‌ ପ୍ରଦାନ କରିଥିଲେ। ୨୦୦୭ ମସିହାରେ ରମେଶ ଜେନାଙ୍କୁ ପୁଲିସ ଗିରଫ କରିବା ବେଳେ ବହୁ ଲୋକ ରାସ୍ତାରୋକ କରିଥିଲେ। ଏହି ଘଟଣାରେ ବହୁ ଲୋକଙ୍କ ନାମରେ ମାମଲା ରୁଜୁ‌ ହୋଇଥିଲେ। ଏଥିରେ ପ୍ରଦୀପଙ୍କ ନାଁ ମଧ୍ୟ ରହିଥିଲା। ଦୀର୍ଘ ୧୩ବର୍ଷ ପରେ ପ୍ରଦୀପ ଆଜି ତାଙ୍କର ଓକିଲ ସରୋଜ ଗୌଡ଼ଙ୍କ ଜରିଆରେ କୋର୍ଟରେ ଆତ୍ମସମର୍ପଣ କରି ଜାମିନ୍‌ରେ ଯାଇଛନ୍ତି।

ପ୍ରକାଶଥାଉକି, ଗତ ୨୦୦୯ରୁ ୨୦୧୪ମଧ୍ୟରେ ଗ୍ରିନ୍‌ ଇଣ୍ଡିଆ କମ୍ପାନି ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର