ଜଗନ୍ନାଥପ୍ରସାଦ : ଗ୍ରିନ୍‌ଇଣ୍ଡିଆ ଚିଟ୍‌ଫଣ୍ଡ୍ ସ୍କାମ୍ ଓ ଜମାକାରୀଙ୍କ ୭ କୋଟି ଟଙ୍କା ହଡ଼ପ ମାମଲାରେ ୮ବର୍ଷ ଧରି ଫେରାର୍‌ ଥିବା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ପୁଲିସ ସଂସ୍ଥାର ସ୍ଥାନୀୟ ଶାଖା ମୁଖ୍ୟଙ୍କୁ ଗିରଫ କରି ‌କୋର୍ଟଚାଲାଣ କରିଛି।

Advertisment

ବ୍ରହ୍ମପୁର ଗାନ୍ଧୀନଗରର ତ୍ରିନାଥ ପଣ୍ଡା। ଜଗନ୍ନାଥପ୍ରସାଦରେ ଗ୍ରିନ୍‌ଇଣ୍ଡିଆ ଚିଟ୍‌ଫଣ୍ଡ୍ ସଂସ୍ଥାର ଏକ ଶାଖା ଖୋଲିବା ପରେ ତ୍ରିନାଥ ଏହାର ପରିଚାଳନା ଦାୟିତ୍ବରେ ଥିଲେ। ସେହିସମୟରେ ଜମାରାଶି ଦୁଇଗୁଣ ହେବାର ପ୍ରଲୋଭନ ହଠାତ୍ ୨୦୧୪ ମସିହାରେ ଶାଖା ବନ୍ଦ ହୋଇଯିବା ସହ ତ୍ରିନାଥଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଫେରାର୍ ହୋଇଯାଇଥିଲେ। ସେତେବେଳକୁ ସେମାନେ ଜମାକାରୀଙ୍କଠାରୁ ୭କୋଟି ଟଙ୍କା ହଡ଼ପ କରିସାରିଥିଲେ। ପରେ ଜମାକାରୀମାନେ ଜଗନ୍ନାଥପ୍ରସାଦ ଥାନାର ଦ୍ବାରସ୍ଥ ହୋଇଥିଲେ। ସେମାନଙ୍କ ଏତଲା କ୍ରମେ କେସ୍ ନମ୍ବର ୬୩/୧୪ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ୪ ମାସ ତଳେ ତ୍ରିନାଥଙ୍କ ୩ ଜଣ ସହଯୋଗୀ ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ିର ଗଦାଧର ପ୍ରଧାନ, ଛାମଣ୍ଡାର ଭଗବାନ ଦଳବେହେରା ଓ ଭଞ୍ଜନଗରର ବିଜୟ କୁମାର ପ୍ରଧାନଙ୍କୁ ଗିରଫ କରିଥିଲା।

ଶେଷରେ, ତ୍ରିନାଥ ପୁଲିସ ହାତରେ ଧରାପଡ଼ିଥିବା ବେଳେ ଜାମିନ୍ ନାମଞ୍ଜୁର ହେବାରୁ ତ୍ରିନାଥଙ୍କୁ ଭଞ୍ଜନଗର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ସୂଚନା ଦେଇଛନ୍ତି।