ବ୍ରହ୍ମପୁର : ଗ୍ରିନ୍ ଇଣ୍ଡିଆ ଚିଟ୍ଫଣ୍ଡ ଠକେଇ ମାମଲାରେ ସଂସ୍ଥାର ଏମ୍ଡି ପ୍ରଦୀପ ସିଂକୁ ପୁଲିସ ଆଜି ତାଙ୍କ ଘରୁ ଉଠାଇ ନେଇଛି। ପୁଲିସର ଏକ ଟିମ୍ ପ୍ରଦୀପଙ୍କ ଅଯୋଧ୍ୟାନଗରସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ନେଇ ଯାଇଥିବା ଜଣାପଡ଼ିଛି। ପ୍ରଦୀପଙ୍କ ନାଁରେ ଥିବା ଟଙ୍କା ଠକେଇ ମାମଲାର ତଦନ୍ତ ପାଇଁ ପୁଲିସ ତାଙ୍କୁ ଟାଉନ୍ ଥାନାକୁ ନେଇଥିବା ସୂଚନା ମିଳିଛି। ଗ୍ରିନ୍ ଇଣ୍ଡିଆ ଚିଟ୍ଫଣ୍ଡ ନାଁରେ ୨୦୦୯-୧୦ରେ ଏକ କମ୍ପାନି ଖୋଲିଥିଲା। ଲୋକଙ୍କୁ ଅଧିକ ହାରରେ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଆଦାୟ କରି ହଠାତ୍ କମ୍ପାନି ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ମାମଲା କ୍ରାଇମ୍ବ୍ରାଞ୍ଚ ହାତକୁ ଯାଇଥିଲା। ଟାଉନ୍ ଥାନାରେ ମଧ୍ୟ ୫ଟି ମାମଲା ରହିଥିବାବେଳେ ତନ୍ମଧ୍ୟରୁ ଗୋଟିଏ ମାମଲା କ୍ରାଇମ୍ବ୍ରାଞ୍ଚ ନିଜ ହାତକୁ ନେଇ ତଦନ୍ତ କରିଥିଲା। ସେହି ମାମଲାରେ ପ୍ରଦୀପ ହାଇକୋର୍ଟରୁ ଜାମିନ୍ରେ ଅଛନ୍ତି। ଅନ୍ୟ ୪ଟି ମାମଲା ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ପ୍ରଦୀପଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।
ଗ୍ରିନ୍ ଇଣ୍ଡିଆ ଏମ୍ଡି ପ୍ରଦୀପ ସିଂକୁ ଉଠାଇନେଲା ପୁଲିସ
/sambad/media/post_attachments/wp-content/uploads/2020/07/arrest-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)