ଭୁବନେଶ୍ୱର : କିଛି ଦିନ ନିରବତା ପରେ ପୁଣି ସିବିଆଇର ଚିଟ୍ଫଣ୍ଡ୍ ତଦନ୍ତ ଚର୍ଚ୍ଚାକୁ ଆସିଛି। ଗ୍ରିନ୍ ରେ ଚିଟ୍ଫଣ୍ଡ ଠକେଇ ଘଟଣାରେ ଆଜି ସିବିଆଇ ଜଣେ ବିଜେଡି ଯୁବ ନେତାଙ୍କୁ ଜେରା କରିଛି। ତାଙ୍କ ନାଁ ହେଲା କନିଷ୍କ ବୋଧିସତ୍ତ୍ୱ। ବର୍ତ୍ତମାନ ସେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀରୁ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଅଛନ୍ତି। ସୂଚନା ମୁତାବକ, ଗ୍ରିନ୍ ରେ ଚିଟ୍ଫଣ୍ଡ ଠକେଇରେ ବୋଧିସତ୍ତ୍ୱଙ୍କ ସମ୍ପୃକ୍ତି ନେଇ ଗତ କିଛି ଦିନ ତଳେ ତାଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ସିବିଆଇ ପକ୍ଷରୁ ନୋଟିସ୍ କରାଯାଇଥିଲା। ତେବେ ନୋଟିସ୍ ପାଇବା ପରେ ଆଜି ଦିନ ପ୍ରାୟ ସାଢ଼େ ୧୧ଟାରେ କନିଷ୍କ ସିବିଆଇ କାର୍ଯ୍ୟାଳୟରେ ହାଜିରେ ହୋଇଥିଲେ। ସେଠାରେ ତାଙ୍କୁ ସଂସ୍ଥା ସହ ଆର୍ଥିକ କାରବାର ଆଦି ବିଭିନ୍ନ ଦିଗ ଉପରେ ଜେରା କରାଯାଇଥିଲା। ଅପର ପକ୍ଷରେ କନିଷ୍କ କହିଛନ୍ତି, ତାଙ୍କ ନିର୍ବାଚନମଣ୍ଡଳୀରେ ଗ୍ରିନ୍ ରେ ଶାଖା ରହିଛି। ତେଣୁ କେତେକ କାଗଜପତ୍ର ଯାଞ୍ଚ ନେଇ ତାଙ୍କୁ ଡ଼କାଯାଇଥିଲା।
ଗ୍ରିନ୍ ରେ ଚିଟ୍ଫଣ୍ଡ ଠକେଇ ଘଟଣା : ବିଜେଡି ଯୁବ ନେତାଙ୍କୁ ସିବିଆଇର ଜେରା
/sambad/media/post_attachments/wp-content/uploads/2017/11/cbi.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)