ଗୁଣୁପୁର-ଥେରୁବାଲି ରେଳ ଲାଇନ୍ ସ˚ପ୍ରସାରଣକୁ ସବୁଜ ସ˚କେତ

ପାରଳାଖେମୁଣ୍ତି: ପାରଳା ବିଧାୟକ କେ.ନାରାୟଣ ରାଓ ନୌପଡ଼ା-ଗୁଣୁପୁର ଏବ˚ ଗୁଣୁପୁର-ଥେରୁବାଲି ରେଳଲାଇନ୍‌ ସ˚ପ୍ରସାରଣ ସଂପର୍କରେ ବିଧାନସଭାରେ ପ୍ରଶ୍ନ କରିଥିଲେ। ସେ ପ୍ରଶ୍ନ କରିଥିଲେ କି, ନୌପଡ଼ା-ଥେରୁବାଲି ପର୍ଯ୍ୟନ୍ତ ସିଧାସଳଖ ରେଳ ସଂଯୋଗ ହେଲେ ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାବାସୀ ଉପକୃତ ହେବେ। ଏହାର ଉତ୍ତରରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ, ନୌପଡ଼ା-ଗୁଣୁପୁର ରେଳଲାଇନ ଥେରୁବାଲି ପର୍ଯ୍ୟନ୍ତ ପ୍ରାୟ ୮୦ କିମି ସ˚ପ୍ରସାରଣ ପାଇଁ କେନ୍ଦ୍ର ବଜେଟ୍‌ ୨୦୧୭-୧୮ରେ ସୁପାରିସ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିତି ଆୟୋଗକୁ ଏ ସ˚ପର୍କରେ ନିବେଦନ କରିଛନ୍ତି। ରେଳ ମନ୍ତ୍ରାଳୟ ଉକ୍ତ ରେଳଲାଇନ୍‌ ପାଇଁ ମ˚ଜୁରୀ ଦେଇ ସାରିଥିବା ବେଳେ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ବ ନ୍ୟସ୍ତ କରିଛନ୍ତି। ଏହି ପ୍ରସ୍ତାବିତ ରେଳପଥ ସ˚ପ୍ରସାରଣ ପାଇଁ ୬୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ୟାକେଜ୍ ସୃଷ୍ଟି କରାଯାଇଛି। ଅନ୍ୟ କିଛି ଅନୁଷ୍ଠାନରୁ ୧୦୦୦ କୋଟିର ଋଣ ପାଇଁ ବ୍ୟବସ୍ଥା ମଧ୍ୟ ରହିଛି।

ସମ୍ବନ୍ଧିତ ଖବର