ପୂର୍ବ ତଟ ରେଳପଥ ପରିବାରର ପ୍ରିୟ ସଦସ୍ୟଗଣ,
Sambad is now on WhatsApp
Join and get latest news updates delivered to you via WhatsApp
୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଭାରତ କୋଭିଡ଼-୧୯ ମହାମାରୀର ଅନେକଗୁଡ଼ିଏ ଆହ୍ୱାନର ସମ୍ମୁଖୀନ ହୋଇ ବିପର୍ଯ୍ୟୟ ଉପରେ ବିଜୟ ଲାଭ କରିପାରିଛୁ। ଆପଣଙ୍କ କଠିନ ପରିଶ୍ରମ, ସାହସ ଓ ତ୍ୟାଗ ଜନିତ ଉତ୍କର୍ଷତାର ସମ୍ମାନାର୍ଥେ ରେଳ ମନ୍ତ୍ରାଳୟ ପକ୍ଷରୁ ପୂର୍ବତଟ ରେଳପଥକୁ ବହୁ ପୁରସ୍କାରରେ ପୁରସ୍କୃତ କରାଯାଇଛି।
ମୁଁ ଗର୍ବର ସହ ଦାବି କରିବି ଯେ କୋଭିଡ-୧୯, ପ୍ରବଳ ଝଡ଼ ବର୍ଷା, ଲକ୍ଡାଉନ ଇତ୍ୟାଦି ଆହ୍ୱାନକୁ ଆପଣମାନେ ମୁକାବିଲା କରି ପୂର୍ବତଟ ରେଳପଥର ଉତ୍କର୍ଷତାକୁ ଶୀର୍ଷ ସ୍ଥାନକୁ ନେଇପାରିଛନ୍ତି। କୋଭିଡ ସଂକ୍ରମଣର ମୁକାବିଲା କରିବାରେ ଆମେ କେବଳ ନିଜ କର୍ମଚାରୀ ଓ ନିର୍ଭରଶୀଳ ପରିବାର ସଦସ୍ୟଙ୍କୁ ସେବା ଯୋଗାଇ ନାହୁଁ, ବରଂ ଆମ ଚାରିପାଖରେ ଥିବା ଜନସାଧାରଣଙ୍କୁ ସେବା ଯୋଗାଇ ଦେଇଛୁ। ସମସ୍ତ ରେଳ ମଣ୍ଡଳ ଓ ମୁଖ୍ୟାଳୟରେ ଥିବା ଆମର ବ୍ୟବସାୟିକ ବିକାଶ ୟୁନିଟ, ରେଳ ମନ୍ତ୍ରଣାଳୟର ବିଭିନ୍ନ ପ୍ରୋତ୍ସାହନ ଏବଂ ରିଆତି ମାଧ୍ୟମରେ ଯାତ୍ରୀ ସଂଖ୍ୟା ଓ ମାଲ୍ ପରିବହନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ।
କୋଭିଡ଼-୧୯ ଲକ୍ଡାଉନ ସତ୍ତ୍ୱେ ୩୧ ଜୁଲାଇ ୨୦୨୦ରେ ହରିଦାସପୁର-ପାରାଦୀପ ୮୨ କିଲୋମିଟର ନୂତନ ରେଳପଥ କାର୍ଯ୍ୟକ୍ଷମ ହୋଇଛି। ଅତିରିକ୍ତ ୧୧୨ କିମି ଦୋହରୀକରଣ ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛି। ୨୩ଟି ରେଳ ଷ୍ଟେସନରେ ନୂତନ ପାଦଚଲା ଓଭରବ୍ରିଜ୍ ବ୍ୟବସ୍ଥା କରାଯାଇଛି। ୨୦ଟି ରେଳ ଷ୍ଟେସନରେ ଅତିରିକ୍ତ ପ୍ଲାଟ୍ଫର୍ମ ସେଡ଼୍ର ବ୍ୟବସ୍ଥା, ୧୮ଟି ଷ୍ଟେସନରେ ପ୍ରତିକ୍ଷା ଗୃହର ଉନ୍ନତି ଓ ୧୦ଟି ଷ୍ଟେସନରେ ପରିକ୍ଷେତ୍ର ଅଞ୍ଚଳର ବିକାଶ କାର୍ଯ୍ୟ ସମ୍ପନ୍ନ କରାଯାଇଛି। ଡିସେମ୍ବର ପର୍ଯ୍ୟନ୍ତ ୨୮ଟି ଷ୍ଟେସନରେ ଦିବ୍ୟାଙ୍ଗ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ୫୫୭ କିମିରୁ ଅଧିକ ରେଲ୍ ପୁନଃସ୍ଥାପନ କାର୍ଯ୍ୟ, ୧୨୪ କିମିରୁ ଅଧିକ ସ୍ଲିପର ପୁନଃସ୍ଥାପନ, ୧୧୨୫ କିମି ଓଭରହେଡ୍ ବିଦ୍ୟୁତ୍ ଉପକରଣଗୁଡ଼ିକର ଯଥାଶୀଘ୍ର ମରାମତି କାର୍ଯ୍ୟ, ୪୫୧ କିମି ସାମୟିକ ମରାମତି କାର୍ଯ୍ୟ କରିପାରିଛୁ। ଟ୍ରେନ୍ ପରିଚାଳନା ପାଇଁ ଟ୍ରାକ୍, ସଂକେତ ଉପକରଣ, ଓଭରହେଡ୍ ବିଦ୍ୟୁତ୍ ଉପକରଣ, ରେଳ ଇଂଜିନ୍, କୋଚ୍ ଓ ୱାଗନ୍ ପ୍ରତ୍ୟେକ ସମ୍ପତ୍ତି ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ କରି ସର୍ବୋଚ୍ଚ ଉତ୍ପାଦନ ଓ ନିର୍ଭରଯୋଗ୍ୟ ତଥା ବିଶ୍ୱସନୀୟ କରିବାକୁ ଯତ୍ନ ନିଆଯାଇଛି। ଭାରତୀୟ ରେଳପଥରେ ମଞ୍ଚେଶ୍ୱର ୱାର୍କସପ୍ ହେଉଛି ପ୍ରଥମ ଯେଉଁଠାରେ ଓଡ଼ିଶାର ଡ୍ରଗ୍ କଣ୍ଟ୍ରୋଲର୍ଙ୍କ ଲାଇସେନ୍ସ ପ୍ରାପ୍ତ ଦ୍ୱାରା ହ୍ୟାଣ୍ଡ୍ ସାନିଟାଇଜର ପ୍ରସ୍ତୁତ କରାଯାଇଥିଲା।
ପୂର୍ବତଟ ରେଳପଥ ପକ୍ଷରୁ କେନ୍ଦ୍ର ସରକାରଙ୍କ ସାଧନର ସହାୟତାରେ ଖୋର୍ଦ୍ଧା, ବିଶାଖାପାଟଣା ଓ ଭୁବନେଶ୍ୱର ଠାରେ ୧୮୭ଟି ଶଯ୍ୟା ବିଶିଷ୍ଟ ୩ଟି କୋଭିଡ ହସ୍ପିଟାଲ୍ କାର୍ଯ୍ୟ କରୁଛି। ଲକ୍ଡାଉନ କୋହଳ ହେବା ପରେ ସ୍ବତନ୍ତ୍ର ଯାତ୍ରୀବାହୀ ଟ୍ରେନ୍ ଚଳାଇବା ଆରମ୍ଭ ହୋଇଛି। ପୂର୍ବତଟ ରେଳପଥର ଏହିଭଳି ଉଚ୍ଚତମ ସଫଳତା ପାଇଁ ମୁଁ ପ୍ରତ୍ୟେକ ୟୁନିୟନ୍ ଓ ଆସୋସିଏସନ୍କୁ ଧନ୍ୟବାଦ ପ୍ରଦାନ କରୁଛି। ଏଭଳି ଉତ୍ସାହ ଓ ଉଦ୍ଦିପନା ବଜାୟ ରଖିଲେ ପୂର୍ବତଟ ରେଳପଥ ସଫଳତା ଶୀର୍ଷ ସ୍ଥାନରେ ପହଞ୍ଚିପାରିବ ବୋଲି ମୋର ଆଶା ଓ ବିଶ୍ୱାସ।
ଜୟ ହିନ୍ଦ୍
ମହାପ୍ରବନ୍ଧକ