ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ସ୍କୁଲ ଶିକ୍ଷକ

ଭୁବନେଶ୍ବର : ଭାରତର ୧୫ଶ ରାଷ୍ଟ୍ରପତି ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ସୋମବାର ଦିନ ଶପଥ ଗ୍ରହଣ କରିଥିବା ବେଳେ ଓଡ଼ିଶାରେ ସବୁଠି ଉତ୍ସବର ମାହୋଲ। ଏହି ଅବସରରେ ଦ୍ରୌପଦୀଙ୍କ ସ୍କୁଲ ଶିକ୍ଷକ ବାସୁଦେବ ବେହେରା ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ଦେଇଛନ୍ତି।

ସେ କହିଛନ୍ତି ଯେ ଆମ ଉପର‌ବେଡ଼ା ମାଟିର ଜଣେ ସାଧାରଣ ଆଦିବାସୀ ଝିଅ ରାଷ୍ଟ୍ରପତି ଭାବେ ଭାବେ ଶପଥ ନେବା ଆମ ସମସ୍ତଙ୍କ ପାଇଁ ଏକ ଗୌରବର ଦିନ। ସେ ସୁସ୍ଥ ଓ ନିରୋଗ ରୁହନ୍ତୁ। ପ୍ରାର୍ଥନା କରୁଛି, ଭଗବାନ୍‌ ତାଙ୍କୁ ଅଧିକ ବଳ, ସାହସ ଓ ଧୈର୍ଯ୍ୟ ଦିଅନ୍ତୁ। ସମାଜସେବା ପାଇଁ ତାଙ୍କୁ ଅଧିକ ବ୍ରତୀ କରାନ୍ତୁ। ଏ ଗୌରବମୟ ପଦବିରେ ଥାଇ ସେ ଦେଶ ପାଇଁ ବହୁତ କିଛି କରିପାରିବେ। ଆମର ଏ ଐତିହ୍ୟପୂର୍ଣ୍ଣ, ବିଶାଳ ଭୂ-ଖଣ୍ଡ ଭାରତର ବହୁ ଉନ୍ନତି ସାଧନ କରିପାରିବେ।

ସମ୍ବନ୍ଧିତ ଖବର