ୟୁନିଟ୍-୨ ସରକାରୀ ଉଚ୍ଚ ବିଦ୍ୟାଳୟ ଆଲୁମିନି ପକ୍ଷରୁ ଦ୍ରୌପଦୀଙ୍କୁ ଶୁଭେଚ୍ଛା

ଭୁବନେଶ୍ବର : ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ଉଦ୍ଦେଶ୍ୟରେ ୟୁନିଟ୍-୨ ସରକାରୀ ଉଚ୍ଚ ବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଲୁମିନା ସଭାପତି ଅନିଲ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଢୁଥିବା ୧୯୭୪ ବ୍ୟାଚ୍‌ର ଛାତ୍ରଛାତ୍ରୀମାନେ ରାଷ୍ଟ୍ରପତିଙ୍କ ସହ ବିଦ୍ୟାଳୟ ସମୟରେ କଟାଇଥିବା ସମୟକୁ ବଖାଣିଥିଲେ। ରାଷ୍ଟ୍ରପତିଙ୍କ ଶପଥପାଠରେ ଉପସ୍ଥିତ ଥିବା ବାନ୍ଧବୀ ସଂଯୁକ୍ତା ମାଝୀ ତାଙ୍କର ଅନୁଭୂତି ବାଣ୍ଟିଥିଲେ। ସେହିପରି ସହପାଠିନୀ ସୁଚିତ୍ରା ସାମଲଙ୍କୁ ରାଷ୍ଟ୍ରପତି ଭାବେ ଶପଥ ନେବାର କିଛି କ୍ଷଣ ମଧ୍ୟରେ ଦ୍ରୌପଦୀ ମୁର୍ମୁ ଫୋନ୍ କଲ୍ କରିଥିବା ନେଇ ଖୁସି ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ପରସ୍ପରକୁ ମିଠା ଖୁଆଇ ଉତ୍ସବ ପାଳନ କରିଥିଲେ। ଏଥିସହ ନାଚଗୀତରେ ମସଗୁଲ ହୋଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପଟ୍ଟନାୟକ, ଆଲୁମିନି ଆସୋସିଏସନ ସଂପାଦକ ସୁଚିତ୍ରା ସାମଲଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରୀ ଓ ୪୦୦ରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶିକ୍ଷୟିତ୍ରୀ ସ୍ମିତା ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର