ପୁରୀ : କାତାରରେ ରବିବାର ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବାକୁ ଥିବା ଫିଫା ବିଶ୍ବକପ ଫାଇନାଲ୍‌ ପୂର୍ବରୁ ପୁରୀ ବେଳାଭୂମିରେ ୧୪୮ଟି ବଲ୍‌ରେ ବାଲୁକା କଳା କରି ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

Advertisment

ଶ୍ରୀ ପଟ୍ଟନାୟକ କହିଛନ୍ତି, ସେ ସର୍ବଦା ‌ବାଲୁକା କଳା ଜରିଆରେ କିଛି ନିଆରା ବାର୍ତ୍ତା ଦେବାକୁ ଚେଷ୍ଟା କରିଆସିଛନ୍ତି। ଏଥର ୭ ଫୁଟ ଉଚ୍ଚର ବାଲୁକା କଳାରେ ୧୪୮ଟି ବିଭିନ୍ନ ରଙ୍ଗର ବଲ୍‌ ଓ ଏକ ଟ୍ରଫି ଦେଇ ବାଲୁକା କଳାକୁ ଭିନ୍ନ ରୂପ ଦେଇଛନ୍ତି। ଏହି ବାଲୁକା କଳାରେ ଆର୍ଜେଣ୍ଟିନାର ମେସି ଓ ଫ୍ରାନ୍ସର ଏମବାପେଙ୍କ କଳାକୃତି କରି ସେ ଦୁଇ ଦଳକୁ ବି ‌ଶୁଭେଚ୍ଛା ଜଣାଇଛନ୍ତି। ବାଲୁକା କଳାରେ ୫ ଟନ୍‌ ବାଲି ବ୍ୟବହାର କରାଯାଇଛି। ଏଥିରେ ବାଲୁକା କଳା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବି ସହଯୋଗ କରିଥିଲେ।