ଭୁବନେଶ୍ବର : ଶାନ୍ତି ଓ ଭାଇଚାରା ପାଇଁ ଓଡ଼ିଶା ପ୍ରସିଦ୍ଧ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବ ପାଇଁ ଓଡ଼ିଶା ସାରା ଦେଶ ପାଇଁ ଆଦର୍ଶ। ଜୟଦେବ ଭବନଠାରେ ହଜ୍ ଯାତ୍ରାରେ ଯାଉଥିବା ହାଜି ଭାଇ ଭଉଣୀମାନଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ହଜ୍ରେ ମକ୍କା ମଦିନା ଯିବା ସବୁ ମୁସଲମାନ ଭାଇ ଭଉଣୀଙ୍କ ପବିତ୍ର ସ୍ବପ୍ନ। ଆଜି ସେମାନଙ୍କର ସେ ସ୍ବପ୍ନ ପୂରଣ ହୋଇଛି। ଆମେ ସବୁ ବର୍ଗରେ ବିଶ୍ବାସ କରୁ। ସବୁ ବର୍ଗର କଲ୍ୟାଣ ହିଁ ପ୍ରକୃତ ବିକାଶ। ଭୁବନେଶ୍ବରରେ ହଜ୍ ଭବନ ନିର୍ମାଣ କରାଯାଇଛି। ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି। ଏଥିସହ ସଂଖ୍ୟାଲଘୁ ବର୍ଗର ପିଲାମାନେ ଭଲ ସ୍କୁଲ୍ରେ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
/sambad/media/post_attachments/wp-content/uploads/2022/06/m16-1-300x195.jpg)
ଚଳିତବର୍ଷ ରାଜ୍ୟ ହଜ୍ କମିଟି ଜରିଆରେ ୩୮୮ଜଣ ଯାତ୍ରୀ ହଜ୍ ଯାତ୍ରା ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨୪ଜଣ ପୁରୁଷ ଓ ୧୬୪ଜଣ ମହିଳା ହଜ୍ଯାତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରେ ସରକାରଙ୍କ ତରଫରୁ ହଜ୍ଯାତ୍ରୀଙ୍କ ସୁବିଧା ନିମନ୍ତେ ଖାଦିମ୍-ଉଲ୍ଲ-ହୁଜାଜ୍ ଭାବେ ଯାଉଥିବା ୩ଜଣ ସରକାରୀ କର୍ମଚାରୀ ମଧ୍ୟ ଅନ୍ତର୍ଭୁକ୍ତ। କାର୍ଯ୍ୟକ୍ରମରେ ମନୋନୀତ ହଜ୍ ଯାତ୍ରୀମାନଙ୍କୁ ହଜ୍କିଟ୍ କ୍ରୟ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ୧୦ହଜାର ଟଙ୍କାର ଚେକ୍ ପ୍ରଦାନ କରାଯିବା ସହ ଓଡ଼ିଆ ହଜ୍ ଗାଇଡ୍ ଉନ୍ମୋଚିତ କରାଯାଇଥିଲା। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଚଳିତ ୨୦୨୨ ହଜ୍ ଯାତ୍ରୀଙ୍କ ସମ୍ବର୍ଧନା ସଭାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ଓ ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ବିଧାୟକ ଦେବୀପ୍ରସାଦ ମିଶ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନ ଚୋପ୍ରା, ନିର୍ଦ୍ଦେଶକ ଅନ୍ୟାନ୍ୟ ପଛୁଆବର୍ଗ ସୀତାଂଶୁ ରାଉତ, ଓ ରାଜ୍ୟ ହଜ୍ କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସୟଦ ମହମ୍ମଦ ଅକଦସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/m14.jpg)