ଗ୍ରିଲ ଭାଙ୍ଗି ଘରେ ପଶିଲେ, ନେଇଗଲେ ସୁନାଗହଣା

ଘଟଗାଁ: ଘଟଗାଁ–ହରିଚନ୍ଦନପୁର ରାସ୍ତାର ବୀଣାଝରୀ ଗ୍ରାମର ବିନ୍ଦେଶ୍ବରୀ କବିଙ୍କ ଘରୁ ଚୋର ପଶି ସମସ୍ତ ସୁନା ଅଳଙ୍କାର ଲୁଟି ନେଇଛନ୍ତି।  ଘରେ କେହି ନଥିବା ଜାଣି ଦୁର୍ବୃତ୍ତ ଏପରି ଲୁଟ କରିଥିବା ଜଣାଯାଇଛି।  ଖବର ଅନୁଯାୟୀ ବିନ୍ଦେଶ୍ବର କବି ଜଣେ ଶିକ୍ଷୟିତ୍ରୀ । ସେ  ମଙ୍ଗଳବାର  ଘରୁ ଦେହୁରୀପଶି ଯାଇଥିଲେ। ଏଥି ପାଇଁ ଘର ଜଗିବା ପାଇଁ ଜଣେ ଲୋକଙ୍କୁ ଦାୟିତ୍ବ ଦେଇଥିଲେ। ସେ ଦିନ ବେଳେ ଗାଈ ଚରାଇବାକୁ  ଯାଇ ସଂଧ୍ୟାକୁ ଫେରିବା ବେଳେ ଘରର ଗ୍ରିଲଭାଙ୍ଗିବା ସହ ତିନୋଟି ରୁମର ତାଲାଭାଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘରେ ଥିବା ୪ ଟା ଗଡରେଜ ଆଲମିରା ଭାଙ୍ଗି ସମସ୍ତ ସୁନାଗହଣା ଲୁଟି ନେଇଛନ୍ତି।

ଏହି ଖବର ସେ ପଡୋଶୀଙ୍କ ଠାରୁ ଫୋନରେ ଶୁଣିବା ପରେ ସେ ଘରକୁ ଫେରି ସବୁ ଦେଖି ତୁରନ୍ତ ଘଟଗାଁ ଥାନାରେ ଜଣାଇଥିଲେ। ଘଟଗାଁ ପୁଲିସ ଘଟଣା ସ୍ଥଳକୁ  ଯାଇ ତଦନ୍ତ କରିଛନ୍ତି। ଗତକାଲି ପୁଲିସର ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳକୁ ଯାଇ ଅଧିକ ଯାଞ୍ଚ କରିବା ସହିତ ଫିଙ୍ଗରପ୍ରିଂଟ ସଂଗ୍ରହକରି ତଦନ୍ତ କରୁଛି।  ପୁଲିସ ଜଣଙ୍କୁ ଅଟେକେଇ ପଚରାଉଚରା କରୁଅଛି। ବିନ୍ଦେଶ୍ବରୀ କବିଙ୍କ କହିବା ଅନୁଯାଇ ଗୋଟିଏ ସୁନା ଚେନ, ଦୁଇଟି ହାର, ଗୋଟିଏ ମଙ୍ଗଳସୂତ୍ର, ୮ ହଳ କାନଫୁଲ, ୭ ଗୋଟି ମୁଦି, ୪ ହଳ ରୁପାର ପାଉଁଜି ସହ ଛୋଟକ ସୁନା ମୋଟ ୫ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରିଛନ୍ତି।

ସମ୍ବନ୍ଧିତ ଖବର