ବିଦ୍ୟୁତ୍‌ ଆଘାତରେ ବର ମୃତ

କେନ୍ଦୁଝର : ବାହାଘର ପାଇଁ ଘରେ ଥିଲା ଉତ୍ସବର ମାହୋଲ। ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଘର ପୂରି ଉଠିଥିଲା। କେଇ ଘଣ୍ଟା ପରେ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବର ଯାଇଥାନ୍ତା କନ୍ୟାଘରକୁ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ବିଦ୍ୟୁତ୍‌ ଆଘାତର ବରର ମୃତ୍ୟୁ ଘଟିଲା। କନ୍ୟାଘର ପରିବର୍ତ୍ତେ ମଶାଣିକୁ ଗଲା ବର। କେନ୍ଦୁଝର ଜିଲ୍ଲା ସଦର ଥାନା କେନ୍ଦୁଆ ଗ୍ରାମରେ ଆଜି ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି।

ସୀତାରାମପୁରର ଅନିତାଙ୍କ ସହ କେନ୍ଦୁଆ ଗ୍ରାମର ଲୋକନାଥ ମହାନ୍ତଙ୍କ ବିବାହ ଠିକ୍‌ ହୋଇଥିଲା। ଆଜି ଥିଲା ବାହାଘର। ଏଥିପାଇଁ ଘର ଆଗରେ ଟେଣ୍ଟ ବନ୍ଧା ହୋଇଥିଲା। ଲାଇଟ୍‌ ଲାଗିଥିଲା। ବନ୍ଧୁବାନ୍ଧବଙ୍କୁ ନେଇ ଘରେ ଉତ୍ସବର ମାହୋଲ ଥିଲା। ହେଲେ ଭୋରରୁ ଘଟିଲା ଅଘଟଣ। ସକାଳୁ ଉଠି ଲୋକନାଥ ଲାଇଟ୍‌ ସୁଇଚ୍‌ ଅଫ୍‌ କରୁଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥ‌ିଲେ। ବିଦ୍ୟୁତ୍ ଆଘାତରେ ଗୁରୁତର ‌ଲୋକନାଥଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଫଳରେ ଯେଉଁଠି ଉତ୍ସବର ମାହୋଲ ଥିଲା ସେଠାରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଶବ ଜବତ କରି ବ୍ୟବଛେଦ କରାଇଛି।

ସମ୍ବନ୍ଧିତ ଖବର