ଭଦ୍ରକ: ବାହାଘରର ୧୦ଘଣ୍ଟା ପରେ ବିଧବା ହୋଇଗଲେ ନବବଧୂ । ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଚାନ୍ଦବାଲି ବ୍ଲକ୍ ନୂଆଗାଁ ପଞ୍ଚାୟତର ହଟପୁର ଗାଁରେ ଘଟିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଗତ ୨୪ ତାରିଖରେ ରତ୍ନାକରଙ୍କ ବିବାହ ନିକଟସ୍ଥ ଯଶିପୁର ପଞ୍ଚାୟତ ବଳସାହିରେ ହୋଇଥିଲା। ପୁଅ-ବୋହୂ ୨୫ ତାରିଖରେ ଘରକୁ ଫେରିଥିଲେ। ରାତି ପ୍ରାୟ ୮ଟାରେ ପରିବାର ଗହଣରେ ରତ୍ନାକର ବସି ହସଖୁସିରେ କଥା ହେଉଥିବା ବେଳେ ହଠାତ୍ ଏକ ଫୋନ କଲ୍ ପାଇ କଥା ହେଉ ହେଉ ନିଜ ଘରପଛପଟକୁ ଚାଲି ଯାଇଥିଲେ ସେ। ଘଣ୍ଟାଏ ବିତିଗଲେ ବି ରତ୍ନାକର ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଘର ପଛପଟେ ବାରି଼ରେ ଥିବା ଏକ ଗଛରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଭଦ୍ରକ ମେଡିକାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୋବାଇଲକୁ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ଭୁବନେଶ୍ୱରରୁ ରତ୍ନାକରଙ୍କୁ ଅପହରଣ କରାଯାଇଥିଲା ଓ ସମ୍ବଲପୁରରୁ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା । ଭୁବନେଶ୍ୱର ମାର୍କେଟ ବିଲଡିଂରେ ଜଣେ ସେଲସମ୍ୟାନ୍ ଭାବେ କାମ କରୁଥିଲେ ରତ୍ନାଘର । ରତ୍ନାକରଙ୍କ ମୃତ୍ୟୁ ପଛରେ ପୁଲିସ ନିକଟତର ବନ୍ଧୁଙ୍କ ହାତଥିବାର ସନ୍ଦେହ କରୁଛି ।