ଡ୍ରାଇଭର ଆନ୍ଦୋଳନର ପ୍ରଭାବ: ବାଧକ ସାଜିଲା ଗାଡ଼ି, ରାୟଗଡ଼ାରେ ବିବାହ ପାଇଁ ୧୦ କିମି ଚାଲିଲେ ବର

କଲ୍ୟାଣସିଂହପୁର: ଅତ୍ୟାଧୁନିକ ଯୁଗରେ ମଧ୍ୟ ଆଦିବାସୀମାନେ ଭିନ୍ନ ଏକ ପରମ୍ପରା ଓ ସଂସ୍କୃତିକୁ ଆଜି ମଧ୍ୟ ବଞ୍ଚି ରହିଛନ୍ତି। ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପାଇଁ ବରକୁ ବିବାହ ପାଇଁ ଦୀର୍ଘ ୧୦ କିମି ଚାଲିବାକୁ ପଡ଼ିଛି। ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ନିପଟ ଦୁର୍ଗମ ପାଡ଼ିଆ ଗାଁରେ।

ସୁନାଖଣ୍ଡି ପଞ୍ଚାୟତର ପାର୍ତ୍ତିବାଡା ଗ୍ରାମର ନରେଶ ପ୍ରସ୍କା ସହ ପୂଜାରିଗୁଡା ପଂଚାୟତର ଡିବାଲୁପାଡୁ ଗ୍ରାମର କନ୍ୟା କନ୍ଦକୁଳ ରୀତିନୀତି ଅନୁଯାୟୀ ଶୁକ୍ରବାର ସକାଳେ ପାରମ୍ପରିକ ଅନୁଯାୟୀ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବାହାଘର ବରଯାତ୍ରୀରେ ନଥିଲା ଡିଜେ ନଥିଲା ରଙ୍ଗ ବେରଙ୍ଗର ଆଲୋକ। କିନ୍ତୁ ଥିଲେ ବର ଓ ବିରଯାତ୍ରୀ। ପାରମ୍ପରିକ ରୀତି ନୀତି ଅନୁଯାଇ ଡିସାରି ଓ ସଙ୍ଗାତ ମେଳରେ ଦୀର୍ଘ ୧୦ କିମି ପାହାଡିଆ ରାସ୍ତାରେ ଚାଲି ଚାଲି କିଟିମିଟି ଅନ୍ଧାରରେ ପରିବାର ଓ ବନ୍ଧୁ ମେଳରେ ନାଚି ନାଚି ଆଦିବାସୀ ଗୀତରେ ଗାଈ ଆସିଥିଲେ ପ୍ରାୟ ରାତ୍ର ତିନିଟା ସମୟରେ କନ୍ୟା ଘର ପହଁଚି ଥିଲେ। ଏମାନେ ଗତକାଲି (ଗୁରୁବାର) ସନ୍ଧ୍ୟା ୬ଟାରେ ବାହାରିଥିଲେ।

କନ୍ୟା ଘର ମଧ୍ୟ ବରଯାତ୍ରୀଙ୍କୁ ସସମ୍ମାନ ସମସ୍ତ ପ୍ରକାର ଚର୍ଚ୍ଚା କରି ବେଦୀକୁ ନେଇ ବାହା କାର୍ଯ୍ୟକ୍ରମ କରିଥିଲେ। ସକାଳେ ବିବ‌ୈ ସରିବା ହେବା ପରେ କନ୍ୟା ଓ ବରର ସାଙ୍ଗସାଥି ମନେ ଗାଁର ଝକିରି ଧରଣୀ କୁଯାଇ ମୁଣ୍ଡିଆ ମାରି ଗ୍ରାମ ପରିକ୍ରମା କରିଥିଲେ। ପରେ ବର ଓ ସାଙ୍ଗମାନେ ଗାଧୁଆ ସାରି ପୁଣି ଘର ମଡାଣି କରି ଭୋଜି ଖାଇ ଆଜି ରାତ୍ର ଗାଁକୁ ପୁଣି ୧୦ କିମି ବାଟ ଗାଡି ନମିଳିଲେ ଚାଲିଚାଲି ଯିବାର କାର୍ଯ୍ୟକ୍ରମ ରହିଛି। ଶନିବାର ବର ଘରକୁ କନ୍ୟା ଓ ପରିବାର ଲୋକ ଯାଇ ବରର ସମ୍ପର୍କ ଲୋକଙ୍କୁ ଭେଟି ଫେରିବେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର