ଆଜି ହୋଇଥାନ୍ତା ବାହାଘର, ହେଲେ ଆସିଲେନି ବର: ଶ୍ୱଶୁର ଘର ଆଗରେ ବଧୂ ବେଶରେ ଧାରଣା ଦେଲେ କନ୍ୟା

ବ୍ରହ୍ମପୁର: ବିବାହ ତାରିଖ ଠିକ ହେଲା, କାର୍ଡ ବଣ୍ଟା ହେଲା, କିନ୍ତୁ ବାହାଘର ଦିନ ବର ଆସିଲେନି । ଆଜି ବ୍ରହ୍ମପୁର ବ୍ରହ୍ମା ନଗର ଠାରେ ତପସ୍ୱିନୀ ଦାସ ନାମକ ଜଣେ ମହିଳା, ବୋହୁ ବେଶରେ ଆସି ଶଶୁର ଘର ଆଗରେ ପ୍ରତିବାଦ କରିଛନ୍ତି । ଅଭିଯୋଗ ଅନୁସାରେ ଗତ ୨୦୨୦ ମସିହାରେ ସୁମିତ ସାହୁ ନାମକ ଜଣେ ଡାକ୍ତର, ତପସ୍ୱିନୀଙ୍କୁ କୋର୍ଟରେ ବିବାହ କରିଥିଲେ । ଦୀର୍ଘ ୬ ମାସ ଏକାଠି ରହିବା ପରେ ତପସ୍ୱିନୀଙ୍କୁ ତାଙ୍କ ବାପ ଘରେ ଛାଡ଼ିଦେଇଥିଲେ ଏବଂ ରୀତିନୀତି ଅନୁଯାୟୀ ବିବାହ କରି ଘରକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

କିନ୍ତୁ ଏହାରି ଭିତରେ ମାମଲା କୋର୍ଟକୁ ଯାଇଥିଲା । ବିବାହ କରାଇ ଦେବାକୁ ପୁଅର ବାପା ପ୍ରତିଶ୍ରୁତିି ମଧ୍ୟ ଦେଇଥିଲେ । କିନ୍ତୁ ଦୁଇ ଦୁଇଥର ବିବାହ ପାଇଁ ଲଗ୍ନ ସ୍ଥିର ହୋଇଥିଲା । ଶେଷରେ ଆଜି ବିବାହ ପାଇଁ ଦିନ ଠିକ ହୋଇଥିଲା । କାର୍ଡ଼ ମଧ୍ୟ ବଣ୍ଟା ସରିଥିଲା । କିନ୍ତୁ ଦୀର୍ଘ ସମୟ ଅପେକ୍ଷା ପରେ ବି ଝିଅ ଘରକୁ ଆସନଥିଲେ ବର । ଏହାର ପ୍ରତିବାଦ କରି ବୋହୂ ବେଶରେ ଶଶୁର ଘରେ ପହଁଚି ଯାଇଥିଲେ କନ୍ୟା । ତେବେ ଶଶୁର ଘର ଲୋକ ଗେଟ୍ ନଖୋଲିବାରୁ ଘର ସମୁଖରେ ଧାରଣାରେ ବସିଛନ୍ତି ତପସ୍ୱିନୀ । ମହିଳା ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଥିବା ବେଳେ ଘରୁ ବାହାରୁ ନାହାନ୍ତି ଶଶୁର ଘରଲୋକ ।

ସମ୍ବନ୍ଧିତ ଖବର