ଓଡ଼ିଶାର ଏହି ୬ଟି ବ୍ଲକରେ କମିଛି ଭୂତଳ ଜଳସ୍ତର, ଭୁବନେଶ୍ୱରରେ ୧୦ ମିଟର ତଳକୁ ଜଳ ନିମ୍ନଗାମୀ

ଭୁବନେଶ୍ବର: ଜଳ ସଂକଟ ସମଗ୍ର ବିଶ୍ବବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଭୂତଳ ଜଳସ୍ତର ମଧ୍ୟ ଭାରତରେ ଏହା ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଓଡ଼ିଶାର ୬ଟି ବ୍ଲକରେ କମିଛି। ବାଲେଶ୍ଵର ଜିଲ୍ଲା ବାଲିଆପାଳ, କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର, ଯାଜପୁର ଜିଲ୍ଲା କୋରେଇ, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ଓ ବୋଲୋଗଡ଼ ଏବଂ  ନୂଆପଡ଼ାରେ ଏହି ଜଳସଂକଟ  ତାଲିକା ଭିତରେ ସାମିଲ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ସବୁ ଅଞ୍ଚଳରେ ପ୍ରାକୃତିକ ଭାବେ  ଭରଣ ହେଉଥିବା ଜଳଠାରୁ ଜଳ ଅଧିକ ମାତ୍ରାରେ ଉତ୍ତୋଳନ କରାଯାଉଛି। ଦେଶର ଜଳ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି କି ୨୦୨୫ ମସିହା ସୁଦ୍ଧା  ଭାରତ ହେବ ‘ୱାଟର ଷ୍ଟ୍ରେସ୍’ ରାଷ୍ଟ୍ରରେ ପରିଣତ ହେବ ଓ  ୨୦୫୦ ମସିହା ବେଳକୁ ଦେଶର ବହୁସ୍ଥାନରେ  ବ୍ୟବହାର ଉପଯୋଗୀ ଜଳ ନମିଳିବାର ଆଶଙ୍କା ରହିଛି।

ଭୁବନେଶ୍ୱରରେ ୧୦ ମିଟର ତଳକୁ ଜଳ ନିମ୍ନଗାମୀ ହୋଇଛି। ଏଠି ପଥୁରିଆ ଜମି ସାଙ୍ଗକୁ ଜଳର ବ୍ୟବହାର ବହୁତ ବଢ଼ିଛି। ଭୂତଳ ଜଳ ଉପରେ ଆମର ୬୦ ଭାଗ ଚାଷ ନିର୍ଭର କରୁଛି। ଭୂତଳ ଜଳସ୍ତର ଉପରେ ରବି ଋତୁର ଫସଲ ନିର୍ଭର କରୁଛି। ଏହି ହ୍ରାସ ଫଳରେ ଡାଲିଜାତୀୟ ଫସଲ ଓ ଗହମ ଉତ୍ପାଦନ ଆଦି ପ୍ରଭାବିତ ହେବ । ଏହି ଭଳି ଜଳସ୍ତର କମିଲେ ଗୋଟିଏ ମଣିଷ ପିଛା ଦୈନିକ ଆବଶ୍ୟକ ହେଉଥିବା ୩୫୦ ଲିଟର ପାଣି ମିଳିବା କଷ୍ଟକର ହୋଇଯିବ। ବର୍ତ୍ତମାନ ସଚେତନ ନହେଲେ ଆଗକୁ ଜଳ ସଙ୍କଟ ଉତ୍କଟ ରୂପ ନେବ ବୋଲି ଭୁବନେଶ୍ବରସ୍ଥିତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନର ଭୁବନେଶ୍ୱର ପ୍ରଧାନ ବୈଜ୍ଞାନିକ ଓ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ବିଶେଷଜ୍ଞଙ୍କ ମତାନୁସାରେ, ଭୁବନେଶ୍ବରରେ ପ୍ରବାହିତ ହେଉଥିବା ୨୧ରୁ୨୨ ପ୍ରାକୃତିକ ସ୍ରୋତ ଥିବା ଗଙ୍ଗବତୀ ନଦୀ  ବର୍ତ୍ତମାନ ଗଙ୍ଗୁଆ ନାଳରେ ପରିଣତ ହେବା ଏହାର ଏକ ଉଦାହରଣ। ଚଳିତ ବର୍ଷ ୩୦ତମ ବିଶ୍ଵ ଜଳ ଦିବସ ପାଳନ କରାଯାଇଛି। ଜଳ ଓ ପରିମଳ ସମସ୍ୟା ସମାଧାନ ପାଇଁ ପରିବର୍ତ୍ତନର ତ୍ୱରାନ୍ୱିତ ଆହ୍ବାନ ଏଥର ଥିମ୍ ରଖାଯାଇଛି ।

ସମ୍ବନ୍ଧିତ ଖବର