ରାଜନଗରରେ ହ୍ରାସ ପାଉଛି ଭୂତଳ ଜଳସ୍ତର, ୪ ବର୍ଷରେ କମିଗଲାଣି ୧୫୦ ଫୁଟ

ଲୁଣି ପାଣି ପାଇଁ ୮ ବର୍ଷରେ ୨୦୫ ନଳକୂପ ଅଚଳ

ରାଜନଗର : ଉପକୂଳବର୍ତ୍ତୀ ଜିଲ୍ଲାରେ ଭୂତଳ ଜଳ ସମସ୍ୟା ଉତ୍କଟ ହେଲାଣି। ଭୂତଳ ଜଳସ୍ତର କମିବା ଯୋଗୁଁ ପିଇବା ପାଣି ସମସ୍ୟା ଦେଖାଦେଲାଣି। ନଦୀ ନାଳ ଘେରା ରାଜନଗର ବ୍ଲକରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଇବା ଯୋଗୁଁ ଗତ ୪ ବର୍ଷରେ ପିଇବା ପାଣି ସ୍ତର ୧୫୦ ଫୁଟ ତଳକୁ ଖସି ଗଲାଣି। ଗଲା ୮ ବର୍ଷରେ ଲୁଣି ପାଣି ପାଇଁ ୨୦୫ଟି ନଳକୂପ ଅଚଳ ହେଲାଣି। ସରକାରୀ ସ୍ତରରେ ଏହି ରିପୋର୍ଟ ଦିଆଯାଉଥିବାବେଳେ ପ୍ରକୃତ ପକ୍ଷେ ଲୁଣି ପାଣି ପାଇଁ ଅଚଳ ନଳକୂପ ସ˚ଖ୍ୟା ୪ଶହ ହେବ ବୋଲି ଅଭିଯୋଗ ହୋଇଛି।

ଜଳ ଓ ପରିମଳ ବିଭାଗର ସୂଚନା ମୁତାବକ ରାଜନଗର ବ୍ଲକରେ ଏବେ ୧୭୯୧ଟି ନଳକୂପ ସଚଳ ଅଛି। ୮ ବର୍ଷରେ ୭୮୬ଟି ନଳକୂପ ବସା ଯାଇଥିବା ବେଳେ ୮ ବର୍ଷରେ ୨୪୬ଟି ନଳକୂପ ଅଚଳ ହୋଇପଡିଛି। ସେଥିମଧୢରୁ ୨୦୫ଟି ନଳକୂପ ଲୁଣି ପାଣି ବାହାରିବା ଯୋଗୁଁ ଅଚଳ ହୋଇପଡିଛି। ବିଭାଗୀୟ ସୂଚନା ମୁତାବକ, ୨୦୧୩-୧୪ରେ ୯୫ଟି, ୨୦୧୪-୧୫ରେ ୧୭୧, ୨୦୧୫-୧୬ରେ ୧୪୭, ୨୦୧୬-୧୭ରେ ୫୮, ୨୦୧୭-୧୮ରେ ୪୯, ୨୦୧୮-୧୯ରେ ୧୨୮, ୨୦୧୯-୨୦ରେ ୮୩ ଓ ୨୦୨୦-୨୧ରେ ୩୬ଟି ନୂତନ ନଳକୂପ ବସାଯାଇଛି। ୮ ବର୍ଷରେ ସେଥିମଧୢରୁ ୨୪୬ଟି ନଳକୂପ ଅଚଳ ହୋଇପଡିଛି। ଏହି ୨୪୬ଟି ଅଚଳ ନଳକୂପ ମଧୢରୁ ୨୦୫ଟିରୁ ଲୁଣିପାଣି ବାହାରୁଛି। ବାକି ୪୧ଟି ନଳକୂପ ରାସ୍ତା ଚଉଡା ହେବା ଓ ଅନ୍ୟାନ୍ୟ କାରଣରୁ ଅଚଳ ହୋଇପଡିଛି। ରାଜନଗର ବ୍ଲକ ମୁଖ୍ୟାଳୟରେ ୪ ବର୍ଷ ତଳେ ୧୮୦ ରୁ ୨୦୦ ମିଟର ତଳେ ଭଲ ପିଇବା ପାଣି ମିଳୁଥିଲା। ସେତେବେଳେ ୧୮୦ ରୁ ୨୦୦ ମିଟର ଗଭୀରର ନଳକୂପ ଖୋଳାଯାଇଥିଲା। ଏବେ କିନ୍ତୁ ୨୪୦ ରୁ ୨୫୦ ମିଟର ତଳେ ପିଇବା ପାଣି ମିଳୁଛି। ଅର୍ଥାତ ଗତ ୪ ବର୍ଷରେ ପିଇବା ପାଣିର ସ୍ତର ପୂର୍ବରୁ ଯେତିକି ଥିଲା, ତାଠୁ ୧୫୦ ଫୁଟ ତଳକୁ ଖସିଯାଇଛି। ବର୍ତ୍ତମାନ ୧୨୫ରୁ ୧୩୫ ମିଟର ତଳେ ଲୁଣି ପାଣି ବାହାରୁଛି। ୧୪୦ ରୁ ୨୦୦ ମିଟର ମଧୢରେ ଲୌହମିଶା ପାଣି ରହୁଛି। ୨ଶହ ମିଟର ତଳେ ମାଟି ରହୁଛି। ଏହାପରେ ୨୪୦ ରୁ ୨୫୦ ମିଟର ତଳେ ଭଲ ପିଇବା ପାଣି ମିଳୁଛି। ରାଜନଗର ବ୍ଲକ ମୁଖ୍ୟାଳୟରେ ଏହି ସ୍ଥିତି ଥିବାବେଳେ ଅନ୍ୟ ଅ˚ଚଳରେ ସ୍ଥିତି ଏହାଠୁ ଆହୁରି ସ˚ଗିନ।

କୋଇଲିପୁର, ବନ୍ଧପଡା, ଚକିବାଙ୍କ, ସନ୍ଥପଡା, ଗୋବିନ୍ଦପୁର, ନଗଡ, ବାଲିକଣା, ଓସ୍ତିଆ ପ୍ରଭୃତି ଅ˚ଚଳରେ ୨୬୦ ମିଟରରୁ ୩୦୦ ମିଟର ମଧୢରେ ଭଲ ପାଣି ମିଳୁଛି। ଯେତିକି ପାଣି ବ୍ୟବହାର ହେଉଛି ସେହି ତୁଳନାରେ ବର୍ଷା ପାଣି ତଳକୁ ଯାଇପାରୁନି। ଫଳରେ ରାଜନଗର ନଦୀ ନାଳ ଘେରା ଅଞ୍ଚଳ ହୋଇଥିଲେ ବି ଏହି ଅଞ୍ଚଳରେ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି।

ଯଦି ଏହି ହାରରେ ରାଜନଗର ବ୍ଲକରେ ନଳକୂପଗୁଡିକରୁ ଲୁଣି ପାଣି ବାହାରିବ, ତେବେ ଆଉ କେତେ ବର୍ଷ ପରେ ଏଠାରେ ପାନୀୟ ଜଳ ସମସ୍ୟା ଉତ୍କଟ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର