ବରଗଡ଼ ଉପକାରାଗାରରେ ଗୋଷ୍ଠୀ ସଂଘର୍ଷ, ଜଣେ ଆହତ

ବରଗଡ଼ : ବରଗଡ଼ ଉପକାରାଗାର ଭିତରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣେ ବିଚାରାଧୀନ କଏଦୀ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ଚନ୍ଦ୍ରଶେଖର ଚାନ୍ଦ।

ସୂଚନା ମୁତାବକ, ଶୁକ୍ରବାର ସକାଳ ୯ଟାରେ ଏହି ଘଟଣା ଘଟିଥିଲା। ଚନ୍ଦ୍ରଶେଖରଙ୍କ ସହ ଅନ୍ୟ କଏଦୀ କିଶୋର ମେହେର, ଆଲୋକ ପଣ୍ଡା, ଅଶୋକ ଠେଲା ଏବଂ ପ୍ରଭାତ କୌଶଲଙ୍କ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ପରେ ଉତ୍‌କ୍ଷିପ୍ତ ହୋଇ ସଂପୃକ୍ତ ୪ଜଣ ଚନ୍ଦ୍ରଶେଖରଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଜେଲର୍‌ ଅଞ୍ଜଳି ପଟେଲ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏନେଇ ଏକ ମାମଲା ରୁଜୁ ହୋଇଛି।

ଟାଉନ୍‌ ପୁଲିସ୍‌ ୭୦/୨୨ କେସ୍‌ ନମ୍ବରରେ ଦଫା ୩୪୧, ୩୨୩, ୩୪  ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ନିଶା ପାଇଁ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଅଧିକ ତଦନ୍ତ ଓ ସୁରକ୍ଷା ଦୃଷ୍ଟିକୋଣରୁ ଜେଲ୍‌କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖି ଜଣାଇବେ ବୋଲି ସମ୍ବଲପୁର ରେଞ୍ଜ୍‌ ଡିଆଇଜି ଅନୁସୟା ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର