ଭଞ୍ଜବିହାର କ୍ୟାମ୍ପସରେ ପୁଣି ଗୋଷ୍ଠୀ ସ˚ଘର୍ଷ

ଗୋପାଳପୁର : ପୁଣି କିଛି ଦିନର ନୀରବତା ପରେ ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପୁଣି ଗୋଷ୍ଠୀ ସ˚ଘର୍ଷ ମୁଣ୍ତ ଟେକିଛି। ମିଳିଥିବା ସୂଚନା ମୁତାବକ ସାମ୍ବାଦିକତା ଗଣଯୋଗାଯୋଗ ବିଭାଗ ପ୍ରଥମ ବର୍ଷର ଜଣେ ଛାତ୍ରଙ୍କ ସହ କୋୖଣସି ଘଟଣାକୁ ନେଇ କ୍ୟାମ୍ପସର ହଷ୍ଟେଲ ଅନ୍ତେବାସୀ ଓ ଉକ୍ତ ଛାତ୍ରଙ୍କ ସହଯୋଗୀଙ୍କ ମଧୢରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଛାତ୍ର ଜଣଙ୍କ ଛତ୍ରଭଙ୍ଗ ଦେଇଥିବା ବେଳେ କ୍ୟାମ୍ପସ ପରିସର ଅଶାନ୍ତ ରହିଛି। ଖବର ମିଳିଥିବା ସୁଦ୍ଧା ଛାତ୍ର ଜଣକ ଗୋପାଳପୁର ଥାନାରେ ଅଣଛାତ୍ର ଓ କିଛି ଛାତ୍ରଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏ ନେଇ ଗୋପାଳପୁର ଥାନା ସହ ଯୋଗାଯୋଗ କରିବାରୁ ଏଭଳି କୋୖଣସି ଅଭିଯୋଗ ହୋଇନଥିବା ନେଇ ସୂଚନା ମିଳିଛି।

ସମ୍ବନ୍ଧିତ ଖବର