କୃଷ୍ଣପ୍ରସାଦ/ବ୍ରହ୍ମଗିରି : ଚିଙ୍ଗୁଡ଼ି ଘେରି ପାଇଁ ପୁଣି ଥରେ ନୀଳାମ୍ବୁ ଚିଲିକା ଛାତିରେ ଘଟିଛି ରକ୍ତାକ୍ତ ସଂଘର୍ଷ। ଫୁଟିଛି ବୋମା। ଚାଲିଛି ଗୁଳି। ଆଉ ଏହି ବୋମା ଓ ଗୁଳି ମାଡ଼ ସାଙ୍ଗକୁ ହାଣକାଟ ଓ ମାଡ଼ପିଟ୍ରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଗୋଷ୍ଠୀ ପରସ୍ପର ମଧ୍ୟରେ ଲଢିଛନ୍ତି। ଗାଁରେ ପୁଲିସ ଡେରା ପକାଇଛି। ଖବର ନେବାରେ ଜଣାପଡିଛି, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଯମୁନା(ବଡ଼ସାହି) ଓ ଅଲଣ୍ଡା ପାଟଣା ଗାଁ ମଧ୍ୟ୍ୟରେ ଏକ ଚିଙ୍ଗୁଡି ଘେରିକୁ ନେଇ ବିବାଦ ଲାଗି ରହିଥିଲା। ଏହି ପୁରୁଣା ବିବାଦକୁ ନେଇ ଆଜି ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ବିବାଦୀୟ ଚିଙ୍ଗୁଡି ଘେରିକୁ ଯମୁନା ବଡ଼ସାହି ଗାଁ ଲୋକେ ଦୀର୍ଘ ଦିନ ଧରି ଦଖଲରେ ରଖିଥିଲେ। ତେବେ ଏହି ଘେରିକୁ ଅଲଣ୍ଡାପାଟଣା ଗାଁ ଲୋକେ ନିଜର ଦାବି କରି ଦଖଲ କରୁଛନ୍ତି। ବିବାଦୀୟ ଘେରିକୁ ନେଇ ଉଭୟ ପକ୍ଷ ଆଜି ସକାଳୁ ମଝି ଚିଲିକାରେ ମୁହାଁମୁହିଁ ହୋଇଥିଲେ। ଉଭୟପକ୍ଷ ଚିଙ୍ଗୁଡ଼ି ଘେରି ଉପରେ ଦାବି ହାସଲ କରିବାରୁ ବଚସା ହୋଇଥିଲା। ପରେ ଉଭୟପକ୍ଷ ମଧ୍ୟରେ ମାଡ଼ପିଟ୍ ଓ ହାଣକାଟ ଆରମ୍ଭ ହୋଇ ଯାଇଥିଲା। ମଝି ଚିଲିକାରେ ଫୁଟିଥିଲା ବୋମା ଓ ଗୁଳି। ୨୦ରୁ ଅଧିକ ବୋମା ମାଡ଼ ସାଙ୍ଗକୁ ୧୫ରୁ ଅଧିକ ରାଉଣ୍ଡ ଗୁଳି ଫୁଟିଥିଲା। ଉଭୟ ପକ୍ଷରୁ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତ ସବୁ ବ୍ରହ୍ମପୁରସ୍ଥିତ ଏମକେସିଜି ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି।
ଚିଲିକାରେ ରକ୍ତାକ୍ତ ସଂଘର୍ଷ
ଫୁଟିଲା ବୋମା, ଚାଲିଲା ଗୁଳି, ୧୨ ଗୁରୁତର, ପୁଲିସ ମୁତୟନ
/sambad/media/post_attachments/wp-content/uploads/2018/01/chilika-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)