ବାଲେଶ୍ୱରର ଏକ କଣ୍ଟେନମେଣ୍ଟ ଜୋନ୍‌ ଗୋଷ୍ଠୀ ସଂଘର୍ଷ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ଖଇରା : ବାଲେଶ୍ବରର ଏକ କଣ୍ଟେନମେଣ୍ଟ ଜୋନ୍‌ ବା ଆବଦ୍ଧାଞ୍ଚଳରେ ଗୋଷ୍ଠୀସଂଘର୍ଷ ହୋଇଥିବା କୁହାଯାଉଛି। ପ୍ରଶାସନ ନିକଟରେ ଏ ସମ୍ପର୍କରେ କୌଣସି ଖବର ନଥିବାବେଳେ ଥାନାରେ ବି କୌଣସି ଅଭିଯୋଗ କରାଯାଇନାହିଁ। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବ‌ା ଏକ ଭିଡିଓରୁ ଏ ସମ୍ପର୍କରେ ଜଣାପଡ଼ିଛି।

ଘଟଣା ଅନୁସାରେ, ଗତ ୬ ତାରିଖରେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ବାରିଙ୍ଗିଆରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଗ୍ରାମର ଆଖପାଖ ଅଞ୍ଚଳକୁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ତୁରନ୍ତ ପ୍ରଶାସନ ୮ଟି ରାସ୍ତାକୁ ବାଡ଼ ବୁଜି ଅବରୋଧ କରିଥିଲା। ତେବେ ଗତକାଲି ଏଠାରେ ଥିବା ମହିଷାମୁଣ୍ଡା ଗ୍ରାମର ୩ଟି ପରିବାର ବାଡ଼ ବୁଜିବାକୁ ନେଇ ଝଗଡ଼ା ଲାଗିଥିଲେ। ପରେ ଏହା ସଂଘର୍ଷର ରୂପ ନେଇଥିଲା। ଏହି ମାର୍‌ପିଟ୍‌ ସମୟର ଭିଡିଓ ଭାଇରାଲ ହେବା ପରେ ଘଟଣାଟି ଜଣାପଡ଼ିଥିଲା। ‌ତେବେ, ଏ ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ଖବର ନଥିବାର ଜଣାପଡ଼ିଛି। ଖଇରା ଆଇଆଇସି ସୁବ୍ରତ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲା, କିନ୍ତ ତାଙ୍କ ପାଖରେ ବି ଏ ନେଇ କିଛି ଅଭିଯୋଗ ହୋଇ ନଥିବା ସେ କହିଛନ୍ତି।କିନ୍ତ ତାଙ୍କ ପାଖରେ ଏ ନେଇ କିଛି ଅଭିଯୋଗ ହୋଇ ନ ଥିବା ସେ କହିଛନ୍ତି।

ତେବେ, ଲୋକଙ୍କକ ଭିତରେ ଏହିଭଳି ଗଣ୍ଡଗୋଳ ହେଲେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।

ସମ୍ବନ୍ଧିତ ଖବର