ଜିଇସିରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସ˚ଘର୍ଷ : ଆହତ ଛାତ୍ର ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ସରକାରୀ ଇଞ୍ଜିନିୟରି˚ କଲେଜ(ଜିଇସି)ର ଆଜି ବାର୍ଷିକ ଉତ୍ସବ ଚାଲିଥିବା ବେଳେ ରାତି ପ୍ରାୟ ୧୦ଟା ୫୦ ବେଳେ ଦୁଇ ଛାତ୍ରଗୋଷ୍ଠୀ ମଧୢରେ ସ˚ଘର୍ଷ ହୋଇଥିବା ସୂଚନା ମିଳିଛି। ଏହି ଗଣ୍ଡଗୋଳରେ ସିଭିଲ ଚତୁର୍ଥ ବର୍ଷର ଛାତ୍ର ଅଙ୍କିତ ଗୁପ୍ତା ଆହତ ହୋଇଛନ୍ତି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କଲେଜରେ ଉତ୍ତେଜନା ଲାଗି ରହିଥିବାରୁ କେନ୍ଦୁଝର ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।

ସମ୍ବନ୍ଧିତ ଖବର