ସୋର : ଛାତ୍ର ସଂସଦ ନିର୍ବାଚନକୁ ଆଉ କିଛିଦିନ ବାକି ଥିବା ବେଳେ ଆଜି ବାଲେଶ୍ବର ଜିଲ୍ଲା ସୋର ଥାନା ଉପେନ୍ଦ୍ରନାଥ କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି। କ୍ୟାମ୍ପସ ବାହାରେ ଦୁଇ ଅଣଛାତ୍ରଙ୍କ ଗଣ୍ତଗୋଳକୁ କେନ୍ଦ୍ରକରି କ୍ୟାମ୍ପସ ଭିତରେ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଏଥିରେ ୬ ଜଣ ଛାତ୍ର ଗୁରୁତର ଆହତ ହୋଇଥିବା ବେଳେ ସୋର ଥାନାରେ ୨ ଜଣ ଅଣଛାତ୍ର ଅଟକ ଥିବା ଜଣାପଡ଼ିଛି।।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଆଜି ପୂବାର୍ହ୍ନରେ କଲେଜ ଗେଟ୍ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ବାକ୍ବିତଣ୍ଡା ଓ ମାରପିଟ୍ ହୋଇଥିଲା। ଏଥିରେ କଲେଜର ଯୁକ୍ତ ୩ କଳା ତୃତୀୟ ବର୍ଷ ଛାତ୍ର ଭବାନୀ ଶଂକର ପରିଡ଼ା, ଯୁକ୍ତ ୩ କଳା ୧ମ ବର୍ଷର ଛାତ୍ର ସୌରଭ କୁମାର ବେହେରା, ଯୁକ୍ତ ୩ କଳା ୧ମ ବର୍ଷର ଛାତ୍ର ଚନ୍ଦନ କୁମାର ଦାସ ଓ ଶରତ କୁମାର ମଲ୍ଲିକ, ଯୁକ୍ତ ୩ କଳା ୨ୟ ବର୍ଷର ଛାତ୍ର ନଗେନ କୁମାର ସାହୁ ଓ ଯୁକ୍ତ ୩ ବିଜ୍ଞାନ ୩ୟ ବର୍ଷ ଛାତ୍ର ଜ୍ୟୋତିରଂଜନ ପଣ୍ତା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୩ଜଣ ଛାତ୍ର ଜୀବନ ବିକଳରେ ରକ୍ତାକ୍ତ ଅବସ୍ଥାରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପଶିଯାଇଥିବା ବେଳେ ସେଠାରେ ମଧ୍ୟ ଅଧ୍ୟକ୍ଷଙ୍କ ଅନୁପସ୍ଥିତିର ସୁଯୋଗ ନେଇ କିଛି ଛାତ୍ର ଧସେଇ ପଶି ଆହୁରି ଆକ୍ରମଣ କରିଥିଲେ। ଖବର ପାଇ ସୋର ଥାନା ପୁଲିସ କଲେଜ ପରିସରରେ ପହଞ୍ଚି ଆହତ ଛାତ୍ରଙ୍କୁ ସୋର ଗୋଷ୍ଠୀ ହସ୍ପିଟାଲକୁ ନେଇ ଭର୍ତ୍ତି କରିଥିବା ଜଣାପଡ଼ିଛି।