ଜଙ୍ଗଲ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ୨ ଫରେଷ୍ଟ ଗାର୍ଡ ଓ ଜଣେ ପୁଲିସ କନଷ୍ଟେବଲ୍ ସମେତ ୨୦ ଆହତ

ନବରଙ୍ଗପୁର: କୋଷାଗୁମୁଡା ଥାନା ଅନ୍ତର୍ଗତ ଘୋଡାଦାନୁଆ ନିକଟରେ ଥିବା ଜଙ୍ଗଲ ରେ ଜଙ୍ଗଲ ଜମି ବିବାଦକୁ କେନ୍ଦ୍ର କରି ସମାଧାନ ବୈଠକ ରେ ୨ ଗୋଷ୍ଠୀ ମଧ୍ୟ ରେ ସଂଘର୍ଷ। ଏହି ଗୋଷ୍ଠୀ ସଂଘର୍ଷ ରେ ୨ ଜଣ ଫରେଷ୍ଟ ଗାର୍ଡ ଓ ଜଣେ ପୁଲିସ କନଷ୍ଟେବଲ ସମତେ ୨୦ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କୋଡିଗାଁ ବନାଞ୍ଚଳ ଅଧିନ ରେ ଥିବା ଘଡାଦାନୁଆ ନିକଟସ୍ଥ ୨୭ ଏକର ସଂରକ୍ଷିତ ଜଙ୍ଗଲକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବହୁ ବର୍ଷ ଧରି ବିବାଦ ଲାଗି ରହିଛି। ଜାଗିନିଗୁଡା, ପୋକଡାଗୁଡା, କଦଭଟା ଓ ଡଙ୍ଗରୀଗୁଡା ଗ୍ରାମବାସୀ ଉକ୍ତ ଜଙ୍ଗଲ ର ସେମାନେ ଯତ୍ନ ନେଉଥିବା ର ଦାବି କରୁଥିବା ବେଳେ ଅନ୍ୟ ଦିଗରେ ଗୋଡାଦାନୁଆ ଓ କୁମିଗୁଡା ଗ୍ରାମବାସୀ ସେହି ଜଙ୍ଗଲ ସେମାନେ ଯତ୍ନ ନେଉଥିବାରୁ ସେହି ଜଙ୍ଗଲ ଆମର ବୋଲି ଦାବି କରି ଆସୁଥିଲେ।

ଉଭୟ ଗୋଷ୍ଠୀ ମଧ୍ୟରେ ବହୁ ବର୍ଷ ହେବ ବିବାଦ ଲାଗିରହିଥିଲା। ଏହାର ସମାଧାନ ପାଇଁ ଆଜି ଉଭୟ ଗୋଷ୍ଠୀର ଲୋକଙ୍କୁ ଉକ୍ତ ଜଙ୍ଗଲକୁ ଡକାଯାଇଥିଲା। କୋଡିଗାଁ ବନାଞ୍ଚଳ ଅଧିକାରୀ ଓ ଟିମ୍ ଙ୍କ ସହ ୨ ଜଣ ପୁଲିସ କର୍ମୀ ଉକ୍ତ ସ୍ଥାନରେ ଆଜି ପହଞ୍ଚିଥିଲେ। ଦିର୍ଘ ସମୟ ଧରି ବୈଠକ ଚାଲିଥିଲେ ମଧ୍ୟ ଏହି ବିବାଦର ସମାଧାନ ର ପନ୍ଥା ବାହାରିପାରିଲା ନାହିଁ। ଶେଷ ରେ ଉଭୟ ଗୋଷ୍ଠୀଙ୍କ ମଧ୍ୟ ରେ ଗାଳି ଗୁଲଜରୁ ଆରମ୍ଭ ହୋଇଥିଲା ଆକ୍ରମଣ ଓ ପ୍ରତି ଆକ୍ରମଣ। କିଛି ସମୟ ମଧ୍ୟରେ ସମାଧାନ ସ୍ଥଳ ପାଲଟିଲା ରଣକ୍ଷେତ୍ର। ଏହି ସଂଘର୍ଷ ରେ ୨ ଜଣ ଫରେଷ୍ଟ ଗାର୍ଡ , ଜଣେ ପୁଲିସ କର୍ମୀ ଙ୍କ ସମେତ ୨୦ ଜଣ ଆହତ ହୋଇଥିଲେ। ସମସ୍ତ ଆହତ ମାନେ କୋଷାଗୁମୁଡା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଉଭୟ ଗୋଷ୍ଠୀ ପକ୍ଷରୁ କୋଷାଗୁମୁଡା ଥାନା ରେ ପୃଥକ ପୃଥକ ୨ ଗୋଟି ଏତଲା ଦେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର