ମାଟିପକାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଗୁରୁତର

ତିହିଡ଼ି: ତିହିଡ଼ି ଥାନା ତଳଗୋପବିନ୍ଧା ପଞ୍ଚାୟତ ଅଧୀନ ମିରିପୁର ଗ୍ରାମରେ ମାଟି ପକାଇବାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ଗୋଟିଏ ପରିବାରର ୭ଜଣ ଗୁରୁତର ଅାହତ ହୋଇଛନ୍ତି। ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ତିହିଡ଼ି ଡାକ୍ତରଖାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।

ଅଭିଯୋଗରୁ ପ୍ରକାଶ ଯେ, ମିରିପୁର ଗ୍ରାମର ନିରଂଜନ ପାତ୍ରଙ୍କ ପରିବାର ତାଙ୍କ ଜମିରେ ମାଟି ପକାଉଥିଲେ। ସେହି ଗ୍ରାମର କେତେକ ବ୍ୟକ୍ତି ଏହା ସର୍ବସାଧାରଣ ଜାଗା ଏଠାରେ କାହିଁକି ମାଟି ପକାଉଛ ବୋଲି କହି ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ସଂଘର୍ଷ ଉପୁଜିଥିଲା। ଏଥିରେ ନିରଞ୍ଜନ ପାତ୍ର, ସୁଦର୍ଶନ ପାତ୍ର, ଜୟନ୍ତୀ ପାତ୍ର, ବାବାଜୀ ପାତ୍ର, ତୁଷାର ପାତ୍ର, ରଂଜିତା ପାତ୍ର ଓ ନିରୁପମା ପାତ୍ର ଗୁରୁତର ଅାହତ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର