ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ବାଉଁଶୁଳି ସଂରକ୍ଷିତ ଜଙ୍ଗଲରେ ଆଜି ୧୧ ଟିକିଆ ହାତୀପଲ ଡେରା ପକାଇଛନ୍ତି। ଏହି ହାତୀପଲ କିଛିଦିନ ହେଲା ପାଟଣା ରେଞ୍ଜକୁ ପଶି ଆସିଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗତକାଲି ଏହି ହାତୀପଲ କଣ୍ଟିଆପଡ଼ା ଗ୍ରାମରେ ଥିଲେ।
ବାଉଁଶୁଳି ଅଞ୍ଚଳରେ ଘୂରି ବୁଲୁଛନ୍ତି। ଏବେ ଚାଷୀମାନେ ଧାନ ତଳି ପକେଇ ଥିବାରୁ ହାତୀପଲ ଦଳିଚକିଟି ନଷ୍ଟ କରିଦେବାର ଭୟ ଘାରିଛି। ହାତୀ ଘଉଡାଇବା ପାଇଁ ଚାଷୀମାନେ ରାତି ଉଜାଗର ରହୁଛନ୍ତି। ବନ ବିଭାଗ ହାତୀପଲଙ୍କୁ ଅନ୍ୟତ୍ର ଘଉଡ଼ାଇବାକୁ ଚାଷୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/2-13.jpg)