କୋଲାବିରା: କୋଲାବିରା ଥାନା ରଘୁନାଥପାଲି ପଞ୍ଚାୟତ ଅଧୀନରେ ଥିବା କପାଗୁଡ଼ା ଗାଁ ନିକଟରେ ପ୍ରତିଷ୍ଠିତ ଅପାର କେବୁଲ କାରଖାନା ଉତ୍ପାଦନ ଆରମ୍ଭ କରି ଦେଇଛି। ଏହି କାରଖାନାର କର୍ତୃପକ୍ଷ ଚୁକ୍ତି ଅନୁସାରେ ସ୍ଥାନୀୟ ନିଯୁକ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ଏହାକୁ ଉଲ୍ଲଂଘନ କରିଥିବା ନେଇ ଅସନ୍ତୋଷ ତେଜିବାରେ ଲାଗିଛି। ଆସନ୍ତା ୨୭ ତାରିଖରେ ଶତାଧିକ ଯୁବକ ଏହା ବିରୋଧରେ ରାସ୍ତା ଅବରୋଧ କରିବାକୁ ପ୍ରଶାସନକୁ ଲିଖିତ ଭାବେ ସୂଚନା ଦେଇଥିବା ଜଣାପଡ଼ିଛି। ରାସ୍ତା ଅବରୋଧ ପାଇଁ ଯୁବକଙ୍କ ସଜବାଜ ଚାଲିଥିବା ବେଳେ କାରଖାନା କର୍ତୃପକ୍ଷ ସ୍ଥାନୀୟ ନିଯୁକ୍ତି ପ୍ରସଂଗରେ ବିବାଦର ସମାଧାନ ପାଇଁ କୌଣସିି ପଦକ୍ଷେପ ନେଉ ନଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ୨୦୧୬ରେ ଏକ ବିଜ୍ଞାପନ ମାଧ୍ୟମରେ ନିଯୁକ୍ତି ପାଇଁ ଭୁବନେଶ୍ୱରରେ ସାକ୍ଷାତକାର ରଖାଯାଇଥିଲା। ତାହା ପୁଣି ବାତିଲ କରି ଦିଆଯାଇ ଗୋପନରେ ନିଯୁକ୍ତି ଦିଆଯାଇଥିଲା। ଏହାଫଳରେ ଅଂଚଳର ଯୁବକ ଯୁବତୀଙ୍କ ମଧ୍ୟରେ ଅସନ୍ତୋଷ ଦ୍ୱିଗୁଣିତ ବଢ଼ି ଯାଇଥିଲା। ପ୍ଲାଣ୍ଟ କର୍ତୃପକ୍ଷଙ୍କ ଏଭଳି ଚଂଚକତା ବିରୋଧରେ ଅସନ୍ତୋଷ କୁହୁଳୁଥିବା ସମୟରେ ଶେଷରେ ରାସ୍ତା ଅବରୋଧ କରି ଏହାର ପ୍ରତିବାଦ କରିବାକୁ ପ୍ରଶାସନକୁ ଅବଗତ କରାଯାଇଛି। ଏହା ପୂର୍ବରୁ ପ୍ଲାଣ୍ଟ କର୍ତୃପକ୍ଷ ବହୁ ପ୍ରକାର ପ୍ରତିବାଦ ଏବଂ ଆନ୍ଦୋଳନକୁ ଚତୁରତା ସହ ଟାଳି ଦେଇ ସମୟ ଗଡ଼ାଇ ଚାଲିଥିବା ମଧ୍ୟ ନଜିର ରହିଛି। ପ୍ଲାଣ୍ଟ କର୍ତୃପକ୍ଷ ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିବା ବେଳେ ନିଜ ନ୍ୟାୟୋଚିତ ଦାବି ପୂରଣ ନେଇ ଯୁବକମାନେ ଆସନ୍ତା ଶୁକ୍ରବାର ପତ୍ରାପାଲି ଛକରୁ ପ୍ଲାଣ୍ଟକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିବେ ବୋଲି ସୂଚନା ଦେଇଛନ୍ତି। ଏ ସଂପର୍କରେ ପ୍ଲାଣ୍ଟର ମାନବ ସମ୍ବଳ ବିଭାଗ ଅଧିକାରୀ କହିଛନ୍ତି ଯେ ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରହିଛି। ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ କୌଣସି ଅବହେଳା ଅଭିଯୋଗକୁ ମଧ୍ୟ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି।
ତେଜୁଛି ଅସନ୍ତୋଷ, ରାସ୍ତା ଅବରୋଧ ପାଇଁ ସଜବାଜ
ଅପାର କାରଖାନା ସ୍ଥାନୀୟ ନିଯୁକ୍ତି ପ୍ରସଂଗ
/sambad/media/post_attachments/wp-content/uploads/2017/10/strike-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)