୨.୭୫ ଲକ୍ଷ ଚଳୁ: ଜିଆର୍‌ଏସ୍‌ ଗିରଫ

କଟକ/ମାହାଙ୍ଗା : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମାହାଙ୍ଗା ବ୍ଲକ୍‌ରେ କାମ ନକରି ୨ ଲକ୍ଷ ୭୫ ହଜାର ଟଙ୍କା ଚଳୁ କରିଦେବା ଘଟଣାରେ ପୁଲିସ ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ଉଲ୍ଲାସ ପ୍ରଧାନଙ୍କୁ ଗିରଫ କରିଛି।

ପୁଲିସ ଗିରଫ ଜିଆର୍‌ଏସ୍‌ଙ୍କୁ ସାଙ୍ଗ‌ରେ ଧରି ବିଡିଓଙ୍କ କାର୍ଯ୍ୟାଳୟରେ ରୁଦ୍ଧଦ୍ବାର ମାରାଥନ୍‌ ଜେରା କରିବା ସହ ରେକର୍ଡପତ୍ର ଯାଂଚ କରିଥିଲେ।  ସିନ୍ଧୁପୁର ଗାଁ ଧୋବା ପୋଖରୀ ଓ ଜିଆରଏସ୍‌ଙ୍କ ଗୋପାଳପୁରସ୍ଥିତ ଘରେ ମଧ୍ୟ ପୁଲିସ ପହଞ୍ଚି ତଦନ୍ତ କରିଥିଲେ। ଗୋ‌ଟିଏ ପଟେ ମିଛ ବିଲ୍‌ କରି ଟଙ୍କା ହଡ଼ପ କରାଯାଇଥିବାବେଳେ ୭୦ ବର୍ଷର ବୃଦ୍ଧ ବି ଏଥିରେ ମାଟି କାମ କରିଥିବା ଦର୍ଶାଯାଇଛି। ୨୨୨ ଜଣଙ୍କ ଆକାଉଣ୍ଟକୁ କାମ କରିଥିବା ଦର୍ଶାଇ ଟଙ୍କାଯାଇଛି।

ଏ ସଂପର୍କରେ ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ମାଝି କହିଛନ୍ତି, ଜିଆର୍‌ଏସ୍‌ ଉଲ୍ଲାସ ପ୍ରଧାନଙ୍କୁ ଗିରଫ କରାଯାଇଛି। ତାଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯିବ। ଘଟଣାରେ ବିଡିଓଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର