ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ କୁମ୍ଭାରୀ ପଞ୍ଚାୟତର କାର୍ଯ୍ୟରତ ଗ୍ରାମରୋଜଗାର ସେବକ (ଜିଆରଏସ୍‌) କିରଣ କୁମାର ଚୌଧୁରୀଙ୍କ ସରକାରୀ ବାସଭବନରେ ଆଜି ମୃତ୍ୟୁ ହୋଇଛି। ଅପରାହ୍ନରେ ନିଜ ସରକାରୀ ଘରେ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ଶୋକର ଛାୟା ଖେଳିଯାଇଥିଲା।

Advertisment

ଦୀର୍ଘ ଦିନ ଧରି ପାରିବାରିକ ଦୁଶ୍ଚିନ୍ତାରେ ରହିବା ସହ ମାନସିକ ଭାରସାମ୍ୟ ହରାଇ ମଦ୍ୟପାନ କରିଆସୁଥିଲେ। ଫଳରେ କିଛି ନ ଖାଇ ଭୋକରେ ରହି ପ୍ରଚୁର ମଦ୍ୟପାନ କରିଆସୁଥିଲେ। ଯା ଫଳରେ ତାଙ୍କର ଶରୀରର ଅସୁସ୍ଥ ହେବା ସହ ବିଗିଡ଼ି ଯାଇଥିଲା। ଆଜି ଅପରାହ୍ନରେ ତାଙ୍କ ସରକାରୀ କ୍ବାଟରେ ମୃତ୍ୟୁ ହୋଇଥିବା ଜଣା ପଡ଼ିବା ପରେ ପରିବାର ବନ୍ଧୁବାନ୍ଧବଙ୍କୁ ସୂଚନା ଦିଆଯାଇଥିଲା।

ବ୍ଲକ କର୍ମଚାରୀ ସହ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ମରଶରୀରକୁ ନିଜ ପୈତ୍ରୀକ ଗ୍ରାମ ରାୟଗଡ଼ାର ଚାନ୍ଦିଲିକୁ ଏକ ଆମ୍ବୁଲାନ୍ସରେ ନିଆଯାଇଥିଲା। ସେଠାରେ ଶେଷକୃତ୍ୟ ସମ୍ପନ ହେବାର କାର୍ଯ୍ୟକ୍ରମ ରହିଛି ।ସ୍ବର୍ଗତ କିରଣ ଚୌଧୁରୀ ପଟାଙ୍ଗି ବ୍ଲକ କୁନ୍ଦୁଲିରେ ବିବାହ କରିଥିଲେ। ବିବାହ ବିଚ୍ଛେଦ ହୋଇ ଚାରିମାସ ବିତିଯାଇଥିଲା। ଯା ଫଳରେ ମାନସିକ ଭାରସାମ୍ୟ ହରେଇ ନାନା ଦୁଶ୍ଚିନ୍ତାରେ ଏକା ସରକାରୀ କ୍ବାଟରେ ରହିଆସୁଥିଲେ। କିରଣ ଚୌଧୁରୀଙ୍କ ମୃତ୍ୟୁ ଖବରକୁ ଗ୍ରାମରେ ଏକ ଶୋକାକୁଳ ପରିବେଶ ଖେଳିଯାଇଛି।ଶେଷ ଦର୍ଶନ ପାଇଁ ସରକାରୀ କ୍ବାଟରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା।