ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌

କେନ୍ଦୁଝର/ପାଟଣା : ଦୁଇ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପାଟଣା ବ୍ଲକ୍ ବୁଢ଼ୀକାପୁଡ଼ି ପଞ୍ଚାୟତର ଜିଆରଏସ୍ ନିରାକାର ମହାନ୍ତଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।

ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନେଉଳିପଶି ଗ୍ରାମର ମେଟ୍ ମିତ୍ରଭାନୁ ମହାନ୍ତଙ୍କୁ କାମ କରାଇ ଦେବାକୁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ସଂଧ୍ୟାରେ ଏକ ମଦ ଦୋକାନ ନିକଟରେ ସେ ନିରାକାରଙ୍କୁ ଟଙ୍କା ଦେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲେ। ଭିଜିଲାନ୍ସ ଟିମକୁ ଦେଖି ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ କାବୁ କରିନେଇଥିଲେ। ତାଙ୍କଠାରୁ ରାସାୟନିକ ବୋଳା ଟଙ୍କା ଜବତ କରାଯାଇଛି। ତାଙ୍କ ବିରୋଧରେ କେସ ନଂ ୧୮/୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଚଢ଼ଉ ବେଳେ କେନ୍ଦୁଝର ଭିଜିଲାନ୍ସ ୟୁନିଟର ଇନ୍ସପେକ୍ଟର ଏଚ୍ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର