ରାଜଗାଙ୍ଗପୁର: ରାଜଗାଙ୍ଗପୁରରେ ତମାଖୁ ବ୍ୟବସାୟୀଙ୍କ ଗୋଦାମ ଉପରେ ଜିଏସଟି ବିଭାଗର ଚଢ଼ଉ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ରାଜଗାଙ୍ଗପୁର ଷ୍ଟେସନପଡ଼ା ସ୍ଥିତ ମଞ୍ଜିତ ରାୟଙ୍କ ତମାଖୁ ଗୋଦାମରେ ରାଉରକେଲା ଜିଏସଟି ଟିମ୍ ଚଢ଼ଉ କରିଥିଲା ।
ଜିଏସଟି ବିଭାଗର ୭ରୁ ୮ଜଣିଆ ଟିମ୍ ମଞ୍ଜିତଙ୍କ ଷ୍ଟେସନପଡ଼ା ସ୍ଥିତ ଘର ଓ ଗୋଦାମ ଉପରେ ଚଢ଼ଉ କରିଥିଲେ । ରଞ୍ଜିତ ତମାଖୁ ବ୍ୟବସାୟ କରୁଥିବା ବେଳେ "ତୋତା" ଖଇନି ନାମକ ଏକ ତମାଖୁ ପ୍ୟାକେଟ ମାର୍କେଟରେ ବିକ୍ରି କରୁଥିଲେ ।
ବସ୍ତା ବସ୍ତା ତମାଖୁ ଗୋଦାମ ଘରେ ମହଜୁଦ ଥିବା ଦେଖିବାକୁ ମିଳିଥିଲା । ଚଢ଼ଉ ବାବଦରେ ଜିଏସଟି ବିଭାଗର ଅଧିକାରୀ ମୁଁହ ଖୋଲି ନଥିଲେ ।
GST
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/29/gst-department-raids-traders-warehouses-2025-07-29-21-57-48.jpg)