ରାୟଗଡ଼ା: ରାୟଗଡ଼ା ସହର ମୁଖ୍ୟ ବଜାରରେ ଥିବା ଭାରତୀ ଜୁଏଲାରିରେ ଜିଏସଟି ଏନଫୋର୍ସମେଣ୍ଟ୍ ଟିମ୍ ଚଢ଼ଉ କରିଛି। ଜିଏସଟି ଫାଙ୍କିବା, ଗ୍ରାହକଙ୍କୁ ନକଲି ବିଲ୍ ପ୍ରଦାନ କରିବା ଅଭିଯୋଗରେ ଆୟକର ଓ ଜିଏସଟି ପ୍ରବର୍ତ୍ତନାଳୟର ୪ ଜଣିଆ ଟିମ୍ ଚଢ଼ଉରେ ସାମିଲ୍ ହୋଇଥିଲେ। ଦୋକାନ ମାଲିକ ଟି. ଗୌରୀ ଶଙ୍କର ରାଓଙ୍କୁ ଟିମ୍ ପଚରା ଉଚରା କରିବା ସହ ଦୋକାନରେ ଥିବା ଆବଶ୍ୟକୀୟ କାଗଜପତ୍ର, ମହଜୁଦ ଥିବା ସୁନା, ରୂପା ଅଳଙ୍କାର ଯାଞ୍ଚ କରିଥିଲେ। ଭାରତୀ ଜୁଏଲାରୀ ମାଲିକ ଗ୍ରାହକଙ୍କୁ ସୁନା, ରୂପା ଅଳଙ୍କାର ବିକ୍ରି ପରେ ପ୍ରଦାନ କରୁଥିବା ବିଲ୍ ଜାଲିଆତି କରି ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଆଜି ରାୟଗଡ଼ା ଆୟକର ବିଭାଗ ଏବଂ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ୍ ପକ୍ଷରୁ ଯାଞ୍ଚ କରାଯାଇଥିବା ଜିଏସଟି ଏନଫୋର୍ସମେଣ୍ଟ  ଡେପୁଟି କମିଶନର ବୈଶାଖ ୱାଲ୍ ପ୍ରକାଶ କରିଛନ୍ତି।