ଡିଡି ବିଲ୍‌ଡର ନାଁରେ ଜିଏସ୍‌ଟି ଠକେଇ ଅଭିଯୋଗ; ଏକା ସାଙ୍ଗରେ କଳାହାଣ୍ଡି, ଢେଙ୍କାନାଳ ଓ କୋରାପୁଟରେ ଚଢ଼ଉ

ଭବାନୀପାଟଣା: ଡିଡି ବିଲ୍‌ଡର ଲିମିଟେଡ୍‌ ନାଁରେ ବିପୁଳ ପରିମାଣର ଜିଏସ୍‌ଟି ଠକେଇ ହୋଇଥିବାର ଅଭିଯୋଗ ହୋଇଛି। ଏନେଇ ଶୁକ୍ରବାର ବାଣିଜ୍ୟକର ବିଭାଗ ପକ୍ଷରୁ ଏକା ସାଙ୍ଗରେ କଳାହାଣ୍ଡି, କୋରାପୁଟ ଓ ଢେଙ୍କାନାଳରେ ଚଢ଼ଉ ଜାରି ରହିଛି। ଗତ ୨୦୧୭ ମସିହା ଜୁଲାଇ ୧ ତାରିଖଠାରୁ ବାଣିଜ୍ୟ କର ବିଭାଗର ସ୍କାନରରେ ଉକ୍ତ ସଂସ୍ଥା ରହିଥିଲା।

ଏହି ଠିକା ସଂସ୍ଥାର କ୍ରସର ୟୁନିଟ୍‌ ଥିବା କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ଛେନାଗାଁ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ନିକଟ ଗୁମ୍ମା, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓ ଭୁବନେଶ୍ୱର ବିଜେବି ନଗର କାର୍ଯ୍ୟାଳୟରେ ଏକାସାଙ୍ଗରେ ଜିଏସ୍‌ଟି ଚଢ଼ଉ ହୋଇଛି। ଜିଏସଟି୍‌ ଯୁଗ୍ମ କମିସନର ଦେବବ୍ରତ ବେହେରା, ଡେପୁଟି କମିସନର ତପନ ପାଢ଼ୀ, ସିଟିଓ ନୀଳାଦ୍ରି ବିହାରୀ ଦାଢ଼ିଆ, ସହକାରୀ ଜିଏସ୍‌ଟି ଅଧିକାରୀ ଶରତ ସେଠ, ନିମାଇଁ ସାହୁ, ଯତୀନ ବାଗ ପ୍ରମୁଖଙ୍କ ପକ୍ଷରୁ କେସିଙ୍ଗା ବ୍ଲକ୍‌ ଉତ୍କେଲା ନିକଟ ଛେନାଗାଁରେ ଥିବା କ୍ରସର ୟୁନିଟ୍‌ ଓ କ୍ୱାରିରେ ଚଢ଼ଉ ହୋଇଥିଲା। ଚଢ଼ଉ ଶେଷ ହେବା ପରେ ଜିଏସ୍‌ଟି ଠକେଇ ପରିମାଣ ଜଣାପଡ଼ିବ ବୋଲି ବିଭାଗ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର