ଷ୍ଟିଲ କଂପାନି ଉପରେ ଜିଏସ୍‌ଟି ଚଢ଼ଉ; ୧ କୋଟିରୁ ଅଧିକ ଟିକସ୍‌ ଫାଙ୍କି ଥିବା ଅଭିଯୋଗ

ବରଗଡ଼: ବରଗଡ଼ ଜିଲ୍ଲା ରେଙ୍ଗାଲିକ୍ୟାମ୍ପ ଛକରେ ଥିବା ବଂଶଲ୍ ଷ୍ଟିଲ ଓ ମାର୍ବଲ୍‌ ଦୋକାନ ଉପରେ ଜିଏସ୍‌ଟି ଠକେଇ ଅଭିଯୋଗରେ ଚଢ଼ଉ ହୋଇଛି। ଗୁରୁବାର ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଜିଏସ୍‌ଟି ବିଭାଗର ତିନୋଟି ଟିମ୍ ମିଳିତ ଚଢ଼ାଉ କରିଥିଲେ। ଦୋକାନ ମାଲିକ ପ୍ରାୟ ୧ କୋଟି  ଟଙ୍କାରୁ ଅଧିକ ଟିକସ୍‌ ଫାଙ୍କି ଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇ ବିଭାଗୀୟ ଅଧିକାରୀ ଚଢ଼ଉ କରି ବିଭିନ୍ନ ଲୁହା ସାମଗ୍ରୀ, ମାର୍ବଲ ଓ ଟାଇଲ୍‌  କିଣାବିକା ବିଲ୍‌ ସହ ଅନେକ ଦସ୍ତାବେଜ୍‌କୁ ଯାଞ୍ଚ କରି ଜବତ କରିଥିବା ସୂଚନା ମିଳିଛି। ଦୀର୍ଘ ସମୟ ଧରି ଚଢ଼ାଉ ଜାରି ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳି ପାରିନାହିଁ।

ସମ୍ବନ୍ଧିତ ଖବର