କଟକ : କଟକରେ ସୋମବାର ଦିନ ଏକ ବଡ଼ଧରଣର ଜିଏସ୍‌ଟି ଠକେଇ ଧରାପଡ଼ିଛି। ରାଜ୍ୟ ସିଟି ଜିଏସ୍‌ଟି ଟିମ୍ ମା ଶାରଳା ଫ୍ଲାଏ ଆସ୍‌ ଇଟା ଫ୍ୟାକ୍ଟ୍ରିର ମାଲିକଙ୍କ ଘର ଓ ଇଟା କାରଖାନା ଉପରେ ଚଢ଼ଉ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ୪.୩୮ କୋଟିର ଇନ୍‌ପୁଟ( ଆଇଟିସି) ଟ୍ୟାକ୍ସ୍ ଠକେଇ ଧରିଛି। ଏହାକୁ ନେଇ ତଦନ୍ତ ଚାଲୁ ରହିଛି।

Advertisment

ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରାଜ୍ୟ ସିଟି ଆଣ୍ଡ୍ ଜିଏସ୍‌ଟିର ଏକ ୧୦ ଜଣିଆ ତଦନ୍ତକାରୀ ଟିମ୍‌ ମା ଶାରଳା ଫ୍ଲାଏ ଆସ୍ ଇଟା ଫ୍ୟାକ୍ଟ୍ରିରେ ଚଢ଼ଉ କରି ସଂସ୍ଥାରେ ହୋଇଥିବା ଜିଏସ୍‌ଟି ଫାଙ୍କି ଧରିଥିଲେ। ଇଟ‌ା ଫ୍ୟ‌‌ାକ୍ଟ୍ରି ମାଲିକ ୪କୋଟି ୩୮ ଲକ୍ଷ ଟଙ୍କାର ଇନ୍‌ପୁଟ(ଆଇଟିସି) ଠକେଇ ‌କରିଥିବା ତଦନ୍ତ ବେଳେ ଜଣାପଡିଥିଲା। ତାଛଡ଼ା, ଚଢ଼ଉ ବ‌େଳେ ଏହି ଟିମ୍ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ଏହି ଟିମ୍‌ ୬ଟି ପୃଥକ୍‌ ଫାର୍ମର ବିଲ୍ ବୁକ୍ ଜବତ କରିବା ସହିତ ନକଲି ‘ପର୍ଚେଜ୍‌ ଇନଭଏସ୍‌ ବୁକ୍‌ସ୍‌’ ଜବତ କରାଯାଇଛି। ବିନା ରସିଦ, ଇ-ୱେ ବିଲ୍‌ରେ ଜିନିଷ କିଣାଯାଇଥିବା ଜଣାପଡ଼ିଥିଲା। ସିମେଣ୍ଟ୍ କିଣା‌ରେ ହୋଇଥିବା ଅନିୟମିତାକୁ ମଧ୍ୟ ଧରିଥିଲା। ତଦନ୍ତ ସରିବା ପରେ ସବିଶେଷ ବିବରଣୀ ଦିଆଯିବ ବୋଲି ସିଟି-ଜିଏସ୍‌ଟି ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ‌ଏବେ ଆଖିବୁଜା ଜିଏସ୍‌ଟି ଠକେଇ କରୁଥିବା ସଂସ୍ଥ‌ାଗୁଡ଼ିକ ଏବେ ଏହାକୁ ନେଇ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି।