ଗାୟତ୍ରୀ ଇଲେକ୍ଟ୍ରିକାଲ୍‌ ହୋଲସେଲର୍ ଦୋକାନରେ ଜିଏସ୍‌ଟି ଚଢ଼ଉ

କଂଟାବାଞ୍ଜି: ଜିଏସ୍‌ଟି ଠକେଇ ସନ୍ଦେହରେ କଂଟାବାଞ୍ଜି ସହରରେ ପୁଣିଥରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ଉ କରିଛି। ସୋମବାର ସ୍ଥାନୀୟ ପର୍ଶରାମ ଛକ ନିକଟରେ ଥିବା ଗାୟତ୍ରୀ ଇଲେକ୍‌ଟ୍ରିକାଲ ହୋଲସେଲର୍ ଦୋକାନ ଓ ଧୋବାପଡ଼ାରେ ଥିବା ଗୋଦାମ ଘରେ ଏହି ଟିମ୍ ଚଢ଼ଉ କରିବା ସହ ବିଭିନ୍ନ ଜରୁରୀ କାଗଜ, ଲେପଟପ୍ ଆଦି ଯାଞ୍ଚ କରିଛି।

ବଲାଙ୍ଗୀର ଡେପୁଟି କମିସନର୍ ଅଫ୍ ଷ୍ଟେଟ୍ ଟ୍ୟାକ୍ସ ଅଫିସର କିଶୋର ଚନ୍ଦ୍ର ମେହେରଙ୍କ ନେତୃତ୍ୱରେ ରାଜ୍ୟ ଟ୍ୟାକ୍ସ ଅଫିସର ରାଜେନ୍ଦ୍ର ନାୟକ, ଅତିରିକ୍ତ ଟ୍ୟାକ୍ସ ଅଫିସର ଶରତ ଚନ୍ଦ୍ର ସେଠ୍‌, ସୁଧାଂଶୁ ବେହେରା ପ୍ରମୁଖ ଚଢ଼ଉରେ ସାମିଲ ଥିଲେ। ଯାଞ୍ଚ ପ୍ରକ୍ରିୟା ଶେଷ ହେଲା ପରେ କେତେ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି ତାର ହିସାବ ମିଳିପାରିବ ବୋଲି ଶ୍ରୀ ମେହେର କହିଛନ୍ତି। ଏ ନେଇ ଦୋକାନ ମାଲିକ ସୁବାସ ଜୈନଙ୍କୁ ପଚାରିବାରୁ ତାଙ୍କ ଦୋକାନ ସବୁ କାଗଜପତ୍ର ଠିକ୍ ଅଛି, ଜିଏସ୍‌ଟି ପକ୍ଷରୁ ଯାଞ୍ଚ ଚାଲିଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର