ଟିଟିଲାଗଡ଼ : ଟିଟିଲାଗଡ଼ ସହର ରଘୁନାଥ ପଡ଼ାର ପ୍ରତିଷ୍ଠିତ ବ୍ୟବସାୟୀ ଗଜାନନ ଅଗ୍ରୱାଲଙ୍କ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଘର ଉପରେ ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଜିଏସ୍ଟି ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି। ଗୁରୁବାର ସକାଳ ୧୦ଟାରୁ ରାତି ପ୍ରାୟ ସାଢ଼େ ୧୧ଟା ପର୍ଯ୍ୟନ୍ତ ଟିଟିଲାଗଡ଼ ପୁଲିସ ଓ ବଲାଙ୍ଗୀର ଜିଲ୍ଲା ରିଜର୍ଭ ପୁଲିସ ସହ ୨୨ ଜଣିଆ ଟିମ୍ ବ୍ୟବସାୟୀଙ୍କ ଅଫିସ୍, ଗୋଦାମ, ବିଭିନ୍ନ ପ୍ରତିଷ୍ଠାନ, ବାସଗୃହ ସହିତ କେସିଙ୍ଗାରେ ଥିବା ଗୋଦାମ ଆଦି ୬ଟି ସ୍ଥାନରେ ଚଢ଼ଉ କରିଥିଲେ। ଅଗ୍ରୱାଲ ଟ୍ରେଡିଂ କୋ., ମନିଷା ଷ୍ଟିଲିନିଅମ୍, ଅମ୍ବିକା ଟ୍ରେଡିଂ, ଜିଏସ୍ ଆସୋସିଏସନ୍ ନାମରେ ଚାଲିଥିବା ୪ଟି କମ୍ପାନି ଉପରେ ଏହି ଚଢ଼ଉ ହୋଇଛି। ଏହି ସବୁ ପ୍ରତିଷ୍ଠାନ ଗୋଟିଏ ସ୍ଥାନରୁ ଜଣଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ସନ୍ଦେହରେ ଜିଏସ୍ଟି ବିଭାଗ ଚଢ଼ଉ କରିଥିବା ସୂଚନା ଦେଇଛନ୍ତି। ଚଢ଼ଉରୁ କ’ଣ ମିଳିଛି, ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ବ୍ୟବସାୟୀଙ୍କ ୬ଟି ପ୍ରତିଷ୍ଠାନରେ ଜିଏସ୍ଟି ଚଢ଼ଉ
/sambad/media/post_attachments/wp-content/uploads/2021/03/gst-raid.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)