ଜିଏସ୍‌ଟି ଠକେଇ: ରାଉରକେଲାରୁ ୪ ଜଣଙ୍କୁ ବାନ୍ଧିଲା ସମ୍ବଲପୁର ସାଇବର ପୁଲିସ

ରାଉରକେଲା: ଜିଏସ୍‌ଟି ଠକେଇ ଘଟଣାରେ ବ୍ୟାଙ୍କ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୁଲିସ। ପୁଲିସ ଟିମ୍‌ ରାଉରକେଲାର ସ୍ଥାନୀୟ ପୁଲିସ ସହାୟତାରେ ୪ ଜଣଙ୍କୁ ଗିରଫ କରି ସମ୍ବଲପୁର ନେଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ଉଦିତନଗରସ୍ଥ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କର ସହକାରୀ ଶାଖା ପରିଚାଳକ ଅକ୍ଷୟ କୁମାର ନାୟକ, ସିନିୟର ଆସିଷ୍ଟାଣ୍ଟ ପି.କେ.ଜେନା, ପୂର୍ବତନ ଅର୍ବାନ ବ୍ୟାଙ୍କ ସଭାପତିଙ୍କ ସହଯୋଗୀ ସୁବାସ ସ୍ବାଇଁ ଓ ଅମିତ ବେରୁଆ।

ଅନ୍ୟ କେଉଁମାନେ ଏହି କାରବାରରେ ସମ୍ପୃକ୍ତ ଅଛନ୍ତି ପୁଲିସ ତା’ର ଖୋଳତାଡ କରୁଛି। ମିଳିଥିବା ସୂଚନା ମୁତାବାକ ଗିରଫ ଅଭିଯୁକ୍ତମାନେ ସମ୍ବଲପୁର ଜଣେ ବ୍ୟବସାୟୀଙ୍କ ନାଁରେ ନକଲି ଜିଏସ୍‌ଟି ଆକାଉଣ୍ଟ ଖୋଲିଥିଲେ। ସେହି ଆକାଉଣ୍ଟ ଜରିଆରେ ଜାଲ୍‌ ବିଲ୍‌ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ। ବ୍ୟବସାୟୀ ଜଣକ ଏ ସଂକ୍ରାନ୍ତରେ ଜାଣିବା ପରେ ସମ୍ବଲପୁର ସାଇବର ଥାନାରେ ଲିଖିତ ଏତଲା ଦେଇଥିଲେ। ସାଇବର ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ପୂର୍ବରୁ ଜିଏସ୍‌ଟି ଫାଙ୍କି ଅଭିଯୋଗରେ ରାଉରକେଲା ଅନେକ ବ୍ୟବସାୟୀ, କିଛି ଜାଲ୍‌ ସଂସ୍ଥାର ମାଲିକ ଗିରଫ ହୋଇ ଜେଲ୍‌ ଯାଇଛନ୍ତି ।

ସମ୍ବନ୍ଧିତ ଖବର