କୋରାପୁଟ : ପଦ୍ମଶ୍ରୀ କମଳା ପୂଜାରୀଙ୍କ ପାର୍ଥିବ ଶରୀରକୁ ତାଙ୍କ ଗାଁ ପାତ୍ରପୁଟ ଶ୍ମଶାନରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏହାପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ପୁତ୍ର ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ରବିବାର ଭୋର ୧.୧୦ ମିନିଟରେ କଟକ ଏସସିବି ମେଡିକାଲରୁ ଆମ୍ବୁଲାନ୍ସରେ ଯୋଗେ ଜୟପୁର ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲା। କମଳା ପୂଜାରୀଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଜିଲ୍ଲା କଲେକ୍ଟର, ଜିଲ୍ଲା ଏସପି, ଜୟପୁର ସବ୍-କଲେକ୍ଟର, ତହସିଲଦାର, ଏସ୍ ଡି ପି ଓ, ବିଡିଓ, ସଦର ଥାନା ଅଧିକାରୀ, ତଥା ଅନ୍ୟ ଅଧିକାରୀ କମଳା ପୂଜାରୀଙ୍କ ପାର୍ଥିବ ଶରୀରକୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ରବିବାର ସକାଳ ୭.୩୦ ମିନିଟରେ ଏକ ଶୋଭାଯାତ୍ରା ଯୋଗେ ତାଙ୍କର ପାର୍ଥିବ ଶରୀର ତାଙ୍କ ଗାଁ ପାତ୍ରପୁଟ ପହଞ୍ଚିଥିଲା।
କିଡ଼ନୀ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ କମଳା କଟକ ଏସସିବିରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶନିବାର ଭୋର ୫ଟାରେ ତାଙ୍କର ପରଲୋକ ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/ssssss.jpeg)