ବିରୋଧୀ ଦଳ ଉପନେତାଙ୍କୁ ବିଧାନସଭାରେ ଗାର୍ଡ ଅଫ୍ ଅନର

ବିଜେପି ରାଜ୍ୟ ମୁଖ୍ୟାଳୟରେ ଦଳୀୟ ନେତା ଶ୍ରଦ୍ଧାଞ୍ଜଳି ଦେଲେ

ଭୁବନେଶ୍ବର : ବିରୋଧୀ ଦଳ ଉପନେତା ତଥା ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ମର ଶରୀରକୁ ସୋମବାର ଦିନ ବିଧାନସଭାରେ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ବିଧାନସଭା‌ ପରିସରରେ ବାଚସ୍ପତି, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ବିଭିନ୍ନ ଦଳର ବିଧାୟକ, ବିଧାନସଭା ସଚିବ ପ୍ରମୁଖ ସ୍ବର୍ଗତ ସେଠୀଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହାପରେ ସ୍ବର୍ଗତ ସେଠୀଙ୍କ ମରଶରୀରକୁ ବିଜେପି ରାଜ୍ୟ ମୁଖ୍ୟାଳୟକୁ ନିଆଯାଇଥିଲା। ସେଠାରେ ‌ଦଳୀୟ ନେତାମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିବାବେଳେ ରାଜ୍ୟ ବିଜେପି ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ସ୍ୱର୍ଗତଃ ସେଠୀଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ ଏବଂ ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି । ପାର୍ଟିକୁ ତୃଣମୁଳ ସ୍ତରରେ ସୁଦୃଢ କରିବାରେ ତାଙ୍କ ଅବଦାନ ଚିର ସ୍ମରଣୀୟ ହୋଇରହିବ।
ରାଜ୍ୟ କାର୍ଯ୍ୟାଳୟରେ ତାଙ୍କ ପାର୍ଥୀବ ଶରୀରରେ ରାଜ୍ୟ ସଭାପତି ସମୀର ମହାନ୍ତି ଦଳୀୟ ପତାକା ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦଶ୍ୱରୀ, ଓଡିଶା ଗସ୍ତରେ ଥିବା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦୁଷ୍ମନ୍ତ କୁମାର ଗୌତମ, ରାଜ୍ୟ ସାଧାରଣ ସଂପାଦକ ମାନସ କୁମାର ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବରିଷ୍ଠ ନେତା ମନମୋହନ ସାମଲ, ସୁରମା ପାଢୀ, ବିଧାୟକ ଭାସ୍କର ମଢେଇ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଉରୀ ନାଏକ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶନୀ ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ବିରଞ୍ଚିି ତ୍ରିପାଠୀ, ରମାରଂଜନ ବଳିୟାରସିଂହ, ଡ.ଯତୀନ ମହାନ୍ତି, ଠାକୁର ରଣଜିତ୍ ଦାସ, ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଦଳୀୟ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ସ୍ବର୍ଗତ ସେଠୀଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ଧାମନଗର ନିଆଯାଇଥିଲା।

ସମ୍ବନ୍ଧିତ ଖବର