ପୁରୀ: ଓଡ଼ିଆ ସାରସ୍ୱତ ଆକାଶର ଦୀପ୍ତମନ୍ତ ଜ୍ୟୋତିଷ୍କ ଚନ୍ଦ୍ରଶେଖର ରଥଙ୍କ ପ୍ରାର୍ଥିବ ଶରୀର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯାଦା ସହିତ ଅନ୍ତିମ ସଂସ୍କାର ପାଇଁ ପୁରୀ ର୍ସ୍ୱଗଦ୍ୱାର ଠାରେ ପହଞ୍ଚିଛି। ସେଠାରେ ପୁରୀ ଜିଲ୍ଲା ପୁଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ ସହିତ ତୋପ ସଲାମୀ ଦିଆଯାଇଛି। ପୁରୀ ଏସପି ଡା. ସାର୍ଥକ ଷଡଙ୍ଗୀଙ୍କ ସହିତ ବରିଷ୍ଠ ପୁଲିସ ଅଧିକାରୀମାନେ ସ୍ୱର୍ଗଦ୍ୱାର ଠାରେ ସ୍ୱର୍ଗତ ରଥଙ୍କୁ ଶେଷ ସମ୍ମାନ ଜଣାଇଛନ୍ତି।