ବର୍ଦ୍ଧିତ ସିବିଏସଇ ‘ଫି’କୁ ବିରୋଧ କଲା ଅଭିଭାବକ ସଂଘ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ‘ଫି’ ବୃଦ୍ଧି କରାଯାଇଛି। ଯାହାକୁ ବିରୋଧ କରିଛି ଅଭିଭାବକ ମହାସଂଘ | ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି ସଂଘ | ମୁଖ୍ୟମନ୍ତ୍ରୀ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି | ସିବିଏସଇ ପରୀକ୍ଷା ଫି ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର କରିନେବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି |

DNA India

ଏଠାରେ ସୂଚନା ଥାଉ କି ବୋର୍ଡ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଉଭୟ ଅନୁସୂଚିତ ଜାତି ଓ ଜନଜାତି ସମେତ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ମଧ୍ୟ ଏଣିକି ବର୍ଦ୍ଧିତ ଦରରେ ପରୀକ୍ଷା ‘ଫି’ ଦେବେ। ବର୍ତ୍ତମାନ ଯାଏଁ ଏସ୍‌ସି-ଏସ୍‌ଟି ଛାତ୍ରଛାତ୍ରୀମାନେ ୫୦ ଟଙ୍କା ପରୀକ୍ଷା ‘ଫି’ ଦେଉଥିବା ବେଳେ ନୂତନ ନିୟମ ଅନୁସାରେ ସେମାନଙ୍କୁ ୧୨ ଶହ ଟଙ୍କା ଗଣିବାକୁ ପଡ଼ିବ।

ବିଜ୍ଞପ୍ତି ଅନୁସାରେ ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ଫି ୧୫ ଶହ ଟଙ୍କା କରି ଦିଆଯାଇଛି। ପୂର୍ବରୁ ଏହି ବର୍ଗର ଛାତ୍ରଛାତ୍ରୀମାନେ ୧୨ ଶହ ଟଙ୍କା ଦେଉଥିଲେ। ମାଇଗ୍ରେସନ୍‌ ଫି ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କା ଦେବାକୁ ପଡ଼ିବ। ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ।

ସମ୍ବନ୍ଧିତ ଖବର