ରାଉରକେଲା/କୋଇଡା: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁ ତଳବଜାରରେ ଥିବା ଏକ ଘରୋଇ କମ୍ପାନି ‘ଜିନ୍ଦଲ’ର ଲୋଜିଷ୍ଟିକ ମ୍ୟାନେଜର ହତ୍ୟା ଘଟଣାରେ ପରଦା ଫାର୍ସ କରିଛି ପୁଲିସ। ଗତ ୭ ତାରିଖରେ ଘରୋଇ କମ୍ପାନିର ମ୍ୟାନେଜରଙ୍କୁ ବାରସୁଆଁ ଗେଷ୍ଟ ହାଉସ ଭିତରେ ବିଳମ୍ବିତ ରାତ୍ରିରେ ପଶି ହତ୍ୟା କରାଥିଲା। ଦୀର୍ଘ ପାଞ୍ଚ ବର୍ଷ ହେବ କମ୍ପାନି ଗେଷ୍ଟ ହାଉସରେ ସେ କାମ କରୁଥିଲେ। ହତ୍ୟାର ଶିକାର ହେଇଥିବା ଲୋଜିଷ୍ଟିକ ମ୍ୟାନେଜର ମୋତି ରାମ।
ଆଜି ଲହୁଣୀପଡା ପୁଲିସ ସହିତ ବଣାଇ ଏସଡିପିଓ ତଦନ୍ତ ଆରମ୍ଭ କରିବା ପରେ ନଜରକୁ ଆସିଥିଲା ମୋତି ରାମଙ୍କ ରୋଷେୟା ସୁନୀଲ ତ୍ରିପାଠୀ। ତଦନ୍ତରୁ ଜଣାପଡ଼ିଛି ଯେ, ମ୍ୟାନେଜର ମୋତି ରାମ କିଛି ମାସ ହେଲା ସୁନୀଲକୁ ମାନସିକ ଚାପ ଦେଇ ଆସୁଥିଲେ ଏବଂ ଚାକିରିରୁ ବାହାର କରିବାକୁ ଧମକ ଦେଉଥିଲେ। ଏଥିପାଇଁ ସୁନୀଲ ଗତ ୬ତାରିଖ ଦିନ ଅଜଣା ବ୍ୟକ୍ତି ହେଇ ଗୋଡ଼ ହାତ ଭାଙ୍ଗିବାପାଇଁ ଯୋଜନା କରିଥିଲା। ଘଟଣା ରାତିରେ ସୁନୀଲ ଓ ମୋତି ରାମଙ୍କ ଭିତରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ଚେହେରା ଦେଖିପକେଇଲେ ମୋତି ରାମ। ତେଣୁ ସୁନୀଲ ଜୀବନରୁ ମାରି ଦେବା ପାଇଁ ମନସ୍ଥ କରି ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲା। କିନ୍ତୁ ଘଟଣାସ୍ଥଳରେ ଗୋଟେ ମୁଦି ମିଳିବାରୁ ସନ୍ଦେହରେ ତିନି ଜଣଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କଲା ପରେ ହତ୍ୟାକାରୀ ସୁନୀଲ ସବୁ ସତ କଥା କହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/a50de727-843b-49fc-ab6b-c733d19fb7c3.jpg)