ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ମୁଖ୍ୟଅଭିଯୁକ୍ତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସ (ରଂଗଶାଳା) ପ୍ରଶାସନ ନିୟନ୍ତ୍ରଣକୁ  ଯାଇଛି। ତାଙ୍କ ରଂଗଶାଳା ସିଲ୍ ହେବା ସହ ୧୪୪ ଧାରା ଲାଗୁ ହେଇଛି।

Advertisment

ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍ ସରକାରୀ ଜମିରେ ଅବସ୍ଥିତ ଥିବା ପ୍ରମାଣ ମିଳିଥିଲା । ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ତଦନ୍ତ କରିଥିଲେ । ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲା କି ଏହି ଗେଷ୍ଟ ହାଉସଟି ସରକାରୀ ଜମିରେ ନିର୍ମାଣ କରାଯାଇଛି । ତେଣୁ ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଶୁକ୍ରବାର ସ୍ଥାନୀୟ ତହସିଲଦାର ଗେଷ୍ଟହାଉସ୍ ସିଲ୍ କରାଯିବା ସହ ୧୪୪ଧାରା ଲଗୁ ହୋଇଛି।

publive-image

ଦୁଇଦିନ ପୂର୍ବରୁ କଂଗ୍ରେସ ଜିଲ୍ଲା ସଭାପତି ମନୋଜ ରାଉତ ଅଭିଯୋଗ କରିଥିଲେ କି କିଭଳି ଏହି ଗେଷ୍ଟ ହାଉସ ସରକାରୀ ଜମିରେ ନିର୍ମାଣ କରାଯାଇଛି ଓ ଏହା ପଛରେ କାହା ହାତ ଅଛି। ଗତକାଲି ଏହାକୁ ନେଇ କଂଗ୍ରେସ ପକ୍ଷରୁ ଏସପି ଅଫିସ ମଧ୍ୟ ଘେରାଉ କରାଯାଇଥିଲା । ଏହାପରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା । ଧର୍ମଶାଳା ତହସିଲଦାର  ଏ ନେଇ ଏକ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପରେ ଏହକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି ।