ଉପନିର୍ବାଚନ ପାଇଁ ଏସ୍‌ଆରସି ପକ୍ଷରୁ ଗାଇଡଲାଇନ୍‌ ଜାରି: ସର୍ବାଧିକ ୨୦୦ ଲୋକଙ୍କୁ ନେଇ ହୋଇପାରିବ ସମାବେଶ

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଉପନିର୍ବାଚନ ପାଇଁ ସମାବେଶ ହୋଇପାରିବ। ଆବଦ୍ଧ କୋଠରୀର କ୍ଷମତା ୫୦ ପ୍ରତିଶତ ଲୋକଙ୍କ ସହ ସମାବେଶ କରାଯାଇପାରିବ ବୋଲି ଏସ୍‌ଆରସି ପକ୍ଷରୁ କୁହାଯାଇଛି। ସେହିଭଳି ସର୍ବାଧିକ ୨୦୦ ଲୋକଙ୍କୁ ନେଇ ମଧ୍ୟ ସମାବେଶ କରାଯାଇପାରିବ। କିନ୍ତୁ ଖୋଲା ପଡ଼ିଆରେ ସମାବେଶ କରିବା ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ଦରକାର। ଜିଲ୍ଲା ପ୍ରଶାସନ ପଡ଼ିଆର ଆକାର ଅନୁସାରେ ସମାବେଶରେ କେତେ ଲୋକ ଏକତ୍ର ହୋଇପାରିବେ ନିଷ୍ପତ୍ତି ନେବେ। ସମାବେଶରେ ମାସ୍କ ପିନ୍ଧିବା, ଥର୍ମାଲ ସ୍କାନିଂ, ହାତ ଧୋଇବା ବ୍ୟବସ୍ଥା କରିବା ବାଧ୍ୟତାମୂଳକ ହେବ। ଏହି ନିର୍ଦ୍ଦେଶାବଳୀ କେବଳ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଲାଗୁ ହେବ।

ସମ୍ବନ୍ଧିତ ଖବର