କରୋନା ପାଇଁ ଅତିରିକ୍ତ ମାର୍ଗଦର୍ଶିକା ଜାରି

୨୨ ମାର୍ଚ୍ଚ ପରଠାରୁ ଗୋଟିଏ ସପ୍ତାହ ପାଇଁ କୌଣସି ଅନୁସୂଚିତ ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନକୁ ଭାରତରେ ଅବତରଣ ଲାଗି ଅନୁମତି ମିଳିବ ନାହିଁ।

ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀଙ୍କୁ ବାଦ ଦେଲେ ୬୫ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ (ଡାକ୍ତରୀ ସହାୟତା ଚାହୁଁଥିବା ଲୋକମାନଙ୍କୁ ଛାଡ଼ି) ଘରେ ରହିବା ଲାଗି ରାଜ୍ୟ ସରକାର ଉପଯୁକ୍ତ ନିେର୍ଦ୍ଦଶନାମା ଜାରି କରିବେ।

୧୦ ବର୍ଷରୁ କମ ବୟସର ପିଲାମାନଙ୍କୁ ଘରେ ରହିବା ଏବଂ ବାହାରକୁ ନବାହାରିବା ଲାଗି ନିେର୍ଦ୍ଦଶ ଦିଆଯାଉଛି।

ଛାତ୍ରଛାତ୍ରୀ, ରୋଗୀ ଓ ଦିବ୍ୟାଙ୍ଗଙ୍କୁ ବାଦ ଦେଲେ ସମସ୍ତ ପ୍ରକାର ଯାତ୍ରା ରିହାତି ରଦ୍ଦ କରିବା ଲାଗି ରେଳପଥ ଓ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ଆଦେଶ ଦିଆଯାଇଛି।

ଜରୁରିକାଳୀନ/ଜରୁରି ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବାଦ ଦେଲେ ଘରୋଇ କ୍ଷେତ୍ରର ସମସ୍ତ କର୍ମଚାରୀମାନେ ଘରେ ଥାଇ କାମ କରିବା ଲାଗି ନିେର୍ଦ୍ଦଶ ଦେବାକୁ ରାଜ୍ୟ ସରକାରମାନଙ୍କୁ ନିେର୍ଦ୍ଦଶ ଦିଆଯାଇଛି।

ଭିଡ଼ ଏଡ଼ାଇବା ନିମନ୍ତେ କେନ୍ଦ୍ର ସରକାରଙ୍କ ସମସ୍ତ ଗ୍ରୁପ ବି ଓ ସି କର୍ମଚାରୀଙ୍କ ପାଇଁ ସିଫ୍ଟ ଡ୍ୟୁଟି କିମ୍ବା ବିକଳ୍ପ ସପ୍ତାହରେ ଡ୍ୟୁଟି କରିବା ଲାଗି କୁହାଯାଇଛି।

ସମ୍ବନ୍ଧିତ ଖବର