ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାରି କଲା ଗାଇଡଲାଇନ୍

ଭୁବନେଶ୍ୱର: ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଜାରି କରିଛି । ସମସ୍ତ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ ଉତ୍ତମ ବ୍ୟବସ୍ଥା ରହିବ । ରକ୍ତଚାପ ଯାଂଚ ମେସିନ ଓ ଷ୍ଟେଥୋସ୍କୋପ ପ୍ରତି ଯାଂଚ ପରେ ବିଶୋଧନ କରାଯିବ । ସମସ୍ତ ରୋଗୀଙ୍କ ପଂଜିକରଣ ସହ ହଟସ୍ପଟ ଅଂଚଳରୁ ଆସିଥିବା ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହେବେ ।

କରୋନା ସଚେତନତା ନେଇ ଡାକ୍ତରଖାନାରେ ଡିସପ୍ଲେ ବୋର୍ଡ ରହିବ । ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ଆଜି ରାତିରୁ ଆରମ୍ଭ ହେଉଥିବା ଲକଡାଉନ ନେଇ ପୁଲିସ କମିସନର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୁଲିସ କମିସନର କହିଛନ୍ତି ଏଥର ଲକଡାଉନ କଡାକଡି କରାଯିବ ।

ଅତ୍ୟାବଶ୍ୟକ ସାମଗ୍ରୀ ଘର ପାଖ ଦୋକାନକୁ ଚାଲିଚାଲି ଯାଇ ସେଠାରୁ କିଣାକିଣି କରିବାକୁ କହିଛନ୍ତି ପୋଲିସ କମିସନର । ଏହାସହ ହୋମ ଡେଲିଭରିର ସୁବିଧା ନେବାକୁ ପରାମର୍ଶ ଦେଇଛନ୍ତି । ଅନାବଶ୍ୟକ ଭାବେ ବୁଲାବୁଲି ନ କରିବାକୁ ସିପି ପରାମର୍ଶ ଦେଇଛନ୍ତି । ବୟସ୍କ ବ୍ୟକ୍ତି ଏହି ସମୟରେ ଅଧିକ ସତର୍କ ରହିବାକୁ ନିବେଦନ କରିଛନ୍ତି ।

ସମ୍ବନ୍ଧିତ ଖବର

Comments are closed.