ମହାଶିବରାତ୍ରି ପାଇଁ ଆସିଲା କୋଭିଡ ଗାଇଡଲାଇନ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ମହାଶିବରାତ୍ରି ପାଇଁ ରାଜ୍ୟ ସରକାର କୋଭିଡି କଟକଣା ଲାଗୁ କରିଛନ୍ତି | ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିବରାତ୍ରି ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିଛନ୍ତି | ନୂତନ ମାର୍ଗଦର୍ଶିକାରେ କୁହାଯାଇଛି ଯେ ମନ୍ଦିରରେ ଭକ୍ତଙ୍କ ଗହଳି ଉପରେ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିଶନର ନଜର ରଖିବେ |

ମନ୍ଦିର ଭିତରେ ଯେଭଳି ଅଯଥା ଭିଡ ନ ହେବ ସେଥିପ୍ରତି ଦୃଷ୍ଟି ଦେବା ସହ ମନ୍ଦିର ବାହାରେ କୌଣସି ମେଳା ସହ ଯେଭଳି ବହୁ ସଂଖ୍ୟାରେ ଲୋକ ଗହଳି ନ କରିବେ ସେ ବାବଦରେ ପଦକ୍ଷେପ ନେବେ | ସେହିପରି ମନ୍ଦିରକୁ ଆସୁଥିବା ଭକ୍ତ ଯେଭଳି ମାସ୍କ ପିନ୍ଧିବା ସହ ହାତ ଧୋଇବେ ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି |

ସମ୍ବନ୍ଧିତ ଖବର