ଖବରକାଗଜ ବିତରଣ ସକାଳ ୫ରୁ ୮ଟା

ଭୁବନେଶ୍ବର : ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲାରେ ସଟ୍‌ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ କିଛି ଜରୁରୀକାଳୀନ ସେବା ଓ କାର୍ଯ୍ୟକୁ ବାଦ୍‌ ଦିଆଯାଇଛି। ତିନି ଦିନ ତଳେ ସରକାର ଏଥି ପାଇଁ ଏକ ଗାଇଡ୍‌ଲାଇନ୍ ଘୋଷଣା କରିଥିଲେ। ଆଜି ଏଥିରେ କିଛିଟା ସଂଶୋଧନ କରାଯାଇଛି। ସଟ୍‌ଡାଉନ୍ ସମୟରେ ହକର୍‌ମାନେ ଭୋର୍‌ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବରକାଗଜ ବିତରଣ କରିପାରିବେ। ଜମାଟୋ, ସ୍ବିଗି ପରି ସଂସ୍ଥା ରେସ୍ତୋଁରାରୁ ଖାଦ୍ୟ ହୋମ୍‌ ଡେଲିଭରି କରିପାରିବେ। ଏଟିଏମ୍‌ଏ ସହ ଆର୍‌ବିଆଇ ପରି ଗୁରୁତ୍ବପୂର୍ଣ୍ଣ ଆର୍ଥିକ ପ୍ରତିଷ୍ଠାନ ଖୋଲା ରହିବ। ବିମାନବନ୍ଦର, ରେଳଷ୍ଟେସନ୍, ବସ୍‌ ଟର୍ମିନାଲ୍‌ ଖୋଲା ରହିବା ସହ ତାହା ସହ ସଂପୃକ୍ତ ସମସ୍ତ କାର୍ଯ୍ୟାଳୟ, ସେଠାକୁ ଆସୁଥିବା ଲୋକମାନଙ୍କ ଯାତାୟତକୁ କଟକଣାମୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର